ଟି-୨୦ ବିଶ୍ବକପରେ ବଡ଼ ବିପର୍ଯ୍ୟୟ : ଓ୍ବେଷ୍ଟ ଇଣ୍ଡିଜ୍ ବିଦା

ହୋବାର୍ଟ : ଚଳିତ ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଆୟର୍ଲାଣ୍ଡ । ଦୁଇ ଦୁଇ ଥରର ବିଶ୍ବକପ ବିଜେତା ଓ୍ବେଷ୍ଟ ଇଣ୍ଡିଜକୁ ବିଶ୍ବକପରୁ ବାହାର କରିଦେଇଛି ଏହି ଦଳ । ଆଜି ହୋବାର୍ଟଠାରେ ହୋଇଥିବା ଏକ ମ୍ୟାଚରେ ଆୟର୍ଲାଣ୍ଡଠାରୁ ୯ ଓ୍ବିକେଟରେ ପରାସ୍ତ ହୋଇ ଇଣ୍ଡିଜ ଦଳ ସୁପର-୧୨ ପର୍ଯ୍ୟାୟକୁ ଯିବାରେ ବିଫଳ ହୋଇଛି । ଫଳରେ ଦଳର ବିଶ୍ବକପ ଅଭିଯାନ ଆରମ୍ଭରୁ ହିଁ ବିଫଳ ହୋଇଯାଇଛି ।

ଏହି ମ୍ୟାଚରେ ଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୪୬ ରନ କରିଥିଲା । ଦଳ ପକ୍ଷରୁ ବ୍ରାଣ୍ଡନ କିଙ୍ଗ ୬୨ ରନ କରିଥିବାବେଳେ ଜେ.ଚାର୍ଲସ ୨୪ ରନ କରିଥିଲେ ।
୧୪୭ ରନର ଲକ୍ଷ୍ୟକୁ ଆୟର୍ଲାଣ୍ଡ ମାତ୍ର ଗୋଟିଏ ଓ୍ବିକେଟ ହରାଇ ୧୭.୩ ଓଭରରେ ହାଲ କରିନେଇଥିଲା । ଦଳ ପକ୍ଷରୁ ପଲ ଷ୍ଟର୍ଲିଂ ୬୬ ରନ କରିଥିବାବେଳେ ଆଣ୍ଡ୍ର୍ୟୁ ବେଲବର୍ନି ୩୭ ରନ ଓ ଲର୍କାନ ଟକର ୪୫ ରନ କରିଥିଲେ ।

ଚଳିତ ବିଶ୍ବକପରେ ଆସନ୍ତା ଶନିବାର ଅର୍ଥାତ୍ ଅକ୍ଟୋବର ୨୨ରୁ ସୁପର-୧୨ ମ୍ୟାଚଗୁଡ଼ିକ ଆରମ୍ଭ ହେବ । ଭାରତ ନିଜର ପ୍ରଥମ ମ୍ୟାଚରେ ରବିବାରଦିନ ପାକିସ୍ତାନକୁ ଭେଟିବ । ଇଣ୍ଡିଜ୍ ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ବକପ ଚାମ୍ପିଅନ ହୋଇଥିଲା ।

nis-ad
Leave A Reply

Your email address will not be published.