ସୂଚନା ଅଧିକାର ଆଇନକୁ ମାଥିଲି ବ୍ଲକ ତରଫରୁ ଖୋଲାଖୋଲି ଉଲଘଂନ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲିରେ ବିଭିନ୍ନ ସରକାରୀ ସ୍ତରରେ ହେଉଥିବା ଉନୟନ୍ନ କାର୍ଯ୍ୟ ଗୁଡିକର ସରକାରୀ ଅଧିକାରୀ ଦେଖାରେଖା କରୁଥିବା ବେଳେ କିଛି ଜାଗାରେ ତାହାର ବ୍ୟତିକ୍ରମ ହେଉଥିବା ସବୁବେଳେ ଅଭିଯୋଗ ହେଉଛି l ସମସ୍ତ ନିର୍ମାଣ କାର୍ଯ୍ୟ ଶୈଳିକୁ ନେଇ ସରକାର ଉପରେ ଦୋଷା ଆରୋପ ଲାଗି ରହିଥାଏ l ଏହି ସବୁ ସମସ୍ତ ସମସ୍ୟାର ସମାଧାନ ଓ ସାଧାରଣ ଲୋକର ଜିଜ୍ଞାସାର ଅବସନ ଘଟାଇବା ପାଇଁ ସରକାର ତରଫରୁ ସୂଚନା ଅଧିକାର ଆଇନ ପ୍ରଣୟନ କରାଯାଇଛି l ଯାହା ବଳରେ ସାଧାରଣ ଲୋକଟିଏ ମଧ୍ୟ ସୂଚନା ଆଇନ ବଳରେ ସରକାର ସ୍ତରରେ ହେଉଥିବା ବିଭିନ୍ନ ବେନିୟମ କାର୍ଯ୍ୟର ପର୍ଦାଫ।ର୍ଶ କରିପାରୁଛି l ସୂଚନା ଅଧିକାର ଆଇନଯୋଗୁଁ ସରକାରି କର୍ମଚାରି କିଛି ମାତ୍ରାରେ କର୍ମତପ୍ତର ହେବା ସହ ଆର୍ଥିକ ହେର ଫେର କରିବା ପୂର୍ବରୁ ବହୁଥର ଚିନ୍ତା କରିଥାନ୍ତି l ସରକାରଙ୍କ ଏହି ନିୟମର କିଭଳି ଭାବେ ଖୋଲା ଖୋଲି ଉଲଙ୍ଘନ ହେଇଥିବା ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାଥିଲି ବ୍ଲକରେ l ମାଥିଲି ବ୍ଲକ ପକ୍ଷରୁ ବିଗତ ଜୁନ ମାସରେ ମାନବ ଅଧିକାର କର୍ମୀ ବି.ଶ୍ରୀନିବାସ ପାତ୍ର ଆର୍ଥିକ ଅନିୟମିତତା ହେଇଥିବା ସୂଚନା ପାଇ ସେହି ବାବଦରେ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ l ସରକାରି ନିୟମ ଅନୁଯାୟୀ ଆବେଦନର ୩୦ଦିନ ମଧ୍ୟରେ ତଥ୍ୟ ପ୍ରଦାନ କରିବା ନିୟମ ରହିଥିବା ବେଳେ ଅଧିକାରୀ ଜଣଙ୍କ ଜାଣିଶୁଣି ୧୨୦ଦିନରୁ ଉର୍ଦ୍ଧ ସମୟ ଧରି ତଥ୍ୟ ପ୍ରଦାନ କରିନଥିଲେ କିନ୍ତୁ ଆଜି ଶୁକ୍ରବାର ୨୧-୧୦-୨୦୨୨ ଦିନ ୧୨ଘଟିକା ସମୟରେ ପୋଷ୍ଟମ୍ୟାନ ମାଧ୍ୟମରେ ଏକ ଲଫାପା ବି. ଶ୍ରୀନିବାସ ପାତ୍ରଙ୍କୁ ମିଳିବା ପରେ ସେ ଏହାକୁ ଗ୍ରହଣ କରିବା ପରେ ଖୋଲି ଦେଖିଥିଲେ l ଆଶ୍ଚର୍ଯ୍ୟର ବିଷୟ ଉକ୍ତ ଚିଠାରେ ଚିଠି ନଂ ୨୨୪୪ଏବଂ ତାରିଖ ୨୧-୭-୨୦୨୨ ଉଲେଖ ରହିଛି ଉକ୍ତ ଚିଠିଟି ମାଥିଲିରୁ ମାଲକାନଗିରି ପହଞ୍ଚିବା ପାଇଁ ତିନିମାସରୁ ଉର୍ଦ୍ଧ ସମୟ ଲାଗିଥିଲା ଏବଂ ଆରଟିଆଇ ବାବଦରେ ସୂଚନା ଯୋଗାଇବା ପାଇଁ କିଛି ଅର୍ଥ ଯୋଗାଇବା ପାଇଁ ଉଲେଖ ରହିଛି ଏବଂ ଏହି ଚିଠାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ଵାକ୍ଷର ରହିଛି , କିନ୍ତୁ ପୋଷ୍ଟଲରେ ଚିଠି ପଠାଇବା ତାରିଖ ୧୮-୧୦-୨୦୨୨ ରହିଛି ଏଥିପାଇଁ ଅତରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଦାୟୀ ନା ପୋଷ୍ଟଅଫିସ ଦାୟୀ । ଏଠାରେ କହିବା ବାହୁଲ୍ୟ ଯେ ଅତରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ଜାଣି ଶୁଣି ସୂଚନା ଆଇନକୁ ଭଣ୍ଡୁର କରିବା ପାଇଁ ପ୍ରୟାସ କରୁଛନ୍ତି ତାହାର ତଦନ୍ତ ହେଲେ ସତ୍ୟତା ଜଣାପଡିବ l

nis-ad
Leave A Reply

Your email address will not be published.