ଚିଲିକାରେ ଡ଼ଲଫିନ ମୃତ, ବ୍ୟବଚ୍ଛେଦ ନକରି ପୋତିଦେଲା ବନବିଭାଗ

ଖୋର୍ଦ୍ଧା ୨୧/୧୦: ଚିଲିକାରେ ଡ଼ଲଫିନ ମୃତ । ମୃତ ଡ଼ଲଫିନର ଲମ୍ବ ୮ ଫୁଟ ଏବଂ ଦୁଇ ଟନ ଓଜନର ହେବ ବୋଲି ଅନୁମାନ କରାଯାଉଛି । ରମ୍ଭା ରେଞ୍ଜ ଅଧିନସ୍ତ ଚିଲିକା କୂଳରେ ମୃତ ଡ଼ଲଫିନଟି ଭାସୁଥିବାର ଦେଖିବାକୁ ମିଳିଥିଲା ।

ସେହି ମାଈ ଡ଼ଲଫିନଟି ମୃତଦେହ ଦେଖିବା ପରେ ତରବରିଆ ଭାବରେ ରମ୍ଭା ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ ବ୍ୟବଚ୍ଛେଦ କରାନଯାଇ ପାହାଡ ତଳେ ପୋତିଦିଆଯାଇଛି । ତା ପୁଣି ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ । ତେବେ ବଡ଼ କଥା ଉପରିସ୍ଥ ଡିଏଫଓଙ୍କ କାର୍ଯ୍ୟାଳୟକୁ ଘଟଣା ସଂପର୍କରେ ଜଣାନଯାଇ ପାହାଡ଼ ଭିତରେ କାହିଁକି ପୋତିଦିଆଗଲା ତାହା ଏବେ ଅନେକ ସନ୍ଦେହ ସୃଷ୍ଟି କରିଛି ।

ସେପଟେ ଶୀତଋତୁର ଆଗମନରେ ଚିଲିକାକୁ ଡ଼ଲଫିନ ଦେଖିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଏପରିସ୍ଥିତିରେ ଡ଼ଲଫିନ ମୃତ୍ୟୁ ଖବର ନିଶ୍ଚୟ ଭାବେ ଦୁଃଖଦ ଘଟଣା ।

nis-ad
Leave A Reply

Your email address will not be published.