ବାଲେଶ୍ୱର ପୋଲିସର ମିଶନ ଦଲାଲ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ ବିଭାଗରେ ଚଢାଉ, ୬ଗିରଫ

ବାଲେଶ୍ୱର : ବାଲେଶ୍ୱର ପୋଲିସର ମିଶନ ଦଲାଲ । ଶିଳ୍ପାଞ୍ଚଳ ଥାନା ଓ ଟାଉନ୍‌ ଥାନା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ ବିଭାଗରେ ଚଢାଉ କରି ଦଲାଲି କରୁଥିବା ୬ ଜଣ ଯୁବକଙ୍କୁ ଗିରଫ କରିଛି । ଜିଲ୍ଲା ବଡ଼ ମେଡିକାଲରୁ ଗିରଫ ୩ ଦଲାଲ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଅସାଧୁ ଉପାୟରେ ଟଙ୍କା ନେବା ସହ ଘରୋଇ କ୍ଲିନିକ୍‌କୁ ରୋଗୀଙ୍କୁ ପଠାଉଥିଲେ ।

ସେହିଭଳି ଅନ୍ୟ ୩ ଜଣ ଦଲାଲ ଆରଟିଓ କାର୍ଯ୍ୟାଳୟ ପରିସରରେ ମିଡିଲମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଅସାଧୁ ଭାବରେ ସାଧାରଣ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ଗିରଫ ଦଲାଲଙ୍କ ଠାରୁ OPD ଟିକେଟ୍‌ ,ଆଧାର କାର୍ଡ, ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ର ଟଙ୍କା ରସିଦ, ଡିଏଲ ମନି ରସିଦ, ମୋବାଇଲ୍‌ ଫୋନ୍‌ ଏବଂ ୧୬ ହଜାର ଟଙ୍କା ଜବତ କରାଯାଇଛି । ଗିରଫ ୬ ଅଭିଯୁକ୍ତଙ୍କ ବିରୁଦ୍ଧରେ ଟାଉନ୍‌ ଥାନା ଓ ଶିଳ୍ପାଞ୍ଚଳ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି ।

nis-ad
Leave A Reply

Your email address will not be published.