ଜେଲ୍‌ ପରିସରରେ ଥିବା ଗଛରେ ଗାମୁଛା ଲଗାଇ କଏଦୀର ଅତ୍ମହତ୍ୟା

ଝାରସୁଗୁଡ଼ା, ୨୦ /୧୦: ଝାରସୁଗୁଡ଼ା ସବ୍‌ଜେଲରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା କଏଦୀ ସୁବାସ ରୋହିଦାସ । ବଡ଼ମାଲ ଥାନା ଅନ୍ତର୍ଗତ ବୃନ୍ଦାମାଲ ଅଞ୍ଚଳରେ ୨୦୧୫ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସୁବାସ ୩ ମାସ ତଳୁ ସଜା କଟାଉଥିଲେ ।

ଆଜି ଅପରାହ୍ନରେ ଜେଲ ପରିସରରେ ଥିବା ଏକ ଗଛରେ ନିଜ ବେକରେ ଗାମୁଛା ଭିଡି ସେ ଆତ୍ମହତ୍ୟା କରିଥିଲେ । ଜେଲ୍ ଅନ୍ତେବାସୀ ଓ କର୍ମଚାରୀ ଏହା ଦେଖିବା ପରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଝାରସୁଗୁଡ଼ା ପୋଲିସ ଏହାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.