ଶିଶୁଙ୍କ ଖାଦ୍ୟ ବାଟମାରଣା ନେଇ ସିଡିପିଓଙ୍କୁ ଅଭିଯୋଗ

ଦାରିଙ୍ଗବାଡ଼ି,୨୦/୧୦, ମହିଳା ଓ ଶିଶୁଙ୍କ ଶାରୀରିକ ତଥା ମାନସିକ ସ୍ତରରେ ବିକାଶ କରିବା ନିମନ୍ତେ ସରକାର ଅନେକ ଯୋଜନା କରିଛନ୍ତି । ପ୍ରତି ଗାଁରେ ଅଙ୍ଗନବାଡ଼ି ନିର୍ମାଣ କରିବା ସହ ଅଙ୍ଗନବାଡ଼ି କର୍ମୀ ଓ ରୋଷେୟା ନିଯୁକ୍ତି କରିଛନ୍ତି । ହେଲେ ସରକାରଙ୍କ ଯୋଜନା ମହିଳା ଓ ଶିଶୁଙ୍କ ପାଇଁ ଏକ ପ୍ରକାର ଯୋଜନା ହୋଇ ରହିଯାଇଛି । ଏହି ଯୋଜନାର ସୁଫଳ ପାଉନାହାନ୍ତି ମହିଳା ଓ ଶିଶୁ । ଶିଶୁ, ଗର୍ଭବତୀ ଓ ପ୍ରସୂତି ମାଆ ମାନଙ୍କ ପାଇଁ ଆସୁଥିବା ପୃଷ୍ଟିକର ଖାଦ୍ୟ କୁ ହଡପ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ । ଦାରିଙ୍ଗବାଡ଼ି ବ୍ଲକ କିରୀକୁଟି ପଞ୍ଚାୟତ ଅନ୍ତର୍ଗତ ପାଟାଙ୍ଗି ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀଙ୍କ ନାମରେ ଆସିଛି କିଛି ଏଭଳି କିଛି ଅଭିଯୋଗ । ଏନେଇ ଗ୍ରାମର ଏକାଧିକ ମହିଳା ଦାରିଙ୍ଗବାଡ଼ି ସିଡିପିଓ ଅଞ୍ଜଳି ମହାପାତ୍ରଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଅଙ୍ଗନବାଡ଼ି କର୍ମୀ ଲଳିତା ପ୍ରଧାନ ମୁଣ୍ଡାନାଜୁ ଗ୍ରାମର କୌଣସି ଶିଶୁ ଓ ମହିଳାଙ୍କୁ ସଠିକ ଭାବେ ଛତୁଆ,ସୁଜି,ଅଣ୍ଡା ବାଦାମ ଲଡୁ,ଚାଉଳ ଭଳି ଖାଦ୍ୟ ଦେଉନଥିବା ବେଳେ ଶିଶୁଙ୍କ ପାଇଁ ଆସୁଥିବା ଡ୍ରେସ ମଧ୍ୟ ଦେଉନାହାନ୍ତି । ମୁଣ୍ଡାନାଜୁ ଠାରୁ ପାଟାଙ୍ଗି ଅଙ୍ଗନବାଡ଼ି କେନ୍ଦ୍ରକୁ ୩ କିଲୋମିଟର ରାସ୍ତା ହୋଇଥିବା ବେଳେ ପିଲା ମାନେ ସବୁବେଳେ ଅଙ୍ଗନବାଡ଼ି କେନ୍ଦ୍ର ଯାଇପାରୁନାହାନ୍ତି । ହେଲେ ଉକ୍ତ ଖାଦ୍ୟ ଅଙ୍ଗନବାଡ଼ି କର୍ମୀ ପିଲାଙ୍କୁ ନଦେଇ ନିଜେ ଆତ୍ମସାତ କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି । ଏପରିକି ପିଲା ମାନେ ଶିକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ମହିଳା ମାନେ ସିଡିପିଓ ସମେତ ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷ ସୁଶାନ୍ତ ପ୍ରଧାନ ,ବ୍ଲକ କାର୍ଯ୍ୟଳୟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ କ୍ଲଷ୍ଟର ଦାଇତ୍ୱରେ ଥିବା ସୁପରଭାଇଜର ଅଙ୍ଗନବାଡ଼ି କେନ୍ଦ୍ର ସଠିକ ଭାବେ ପରିଦର୍ଶନ କରୁନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.