ଫୁଲବାଣୀ ଆଇ. ଟି. ଆଇ.ରେ ଅଗ୍ନି ନିର୍ବାପକଓ ନିରାପତ୍ତା ସମ୍ପର୍କରେ ମକ ଡ୍ରିଲ

ଫୁଲବାଣୀ : ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଗ୍ନିଶ୍ରମ ବିଭାଗ ତରଫରୁ ନିଆଁ ଲିଭାଇବାର ଏବଂ ନିରାପତ୍ତାର ଏକ ମକ ଡ୍ରିଲ ଅଫିସର ଇନ ଚାର୍ଜ ଫାୟାର ବିଗ୍ରେଡ଼ ଚଦ୍ର ଶେଖର ନାୟକଙ୍କ ତତ୍ୱାବଧାନ ଓ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସେଠି ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇ ଯାଇଛି l ସାଧାରଣତଃ ବୈଷୟିକ ଅନୁଷ୍ଠାନରେ ନିଆଁ ବିଭିନ୍ନ କାରଣରୁ ଲାଗିଲେ ମଧ୍ୟ ତାହାର ଭୟାବହତା ଅଧିକ ହୋଇଥାଏ l ବିଭିନ୍ନ ରାସାୟନିକ ପଦାର୍ଥ ସହ ନିଆଁ ଲାଗିଲେ କି ବିଦ୍ୟୁତ ସର୍ଟ ସକ୍ରିଟ କାରଣରୁ ନିଆଁ ଲାଗିଲେ କିପରି ପ୍ରାଥମିକ ସ୍ତରରେ ନିଆଁକୁ ନିୟନ୍ତ୍ରଣ କରି ହେବ ତାହାର ଡେମୋ ଦେଖାଇଥିଲେ | ଏଥିରେ ହାବିଲଦାର ରାଜୀବ ସାହୁ, ଫାୟାରମ୍ୟାନ ଦିଗାମ୍ବର ସାହୁ, ହାପିବାରିକ, ଦିଲୀପ କୁମାର ସେଠି ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ତାଲିମ ଦେଇଥିଲା ବେଳେ ସହକାରୀ ତାଲିମପ୍ରାପ୍ତ ଶିକ୍ଷା ଅଧିକାରୀ ଡ଼ଃ ନୃସିନହାନନ୍ଦ ମହାପାତ୍ର, ମୁଖ୍ୟ କିରାଣୀ ଶ୍ରୀମତୀ ସ୍ମରଣିକା ବାରିକ, ତାଲିମପ୍ରାପ୍ତ ଅଧିକାରୀ ରଶ୍ମିରଂଜନ ବିଶ୍ୱାଳ ପ୍ରଭୃତି ସହଯୋଗ କରିଥିଲେ l ଶେଷରେ ଟାଟା ଷ୍ଟ୍ରାଇଭର ଇନଷ୍ତ୍ରକଟର ଦେବାଶିଷ ବ୍ରହ୍ମା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଧନ୍ୟବାଦ ଦେଇଥିଲେ l ଅନୁଷ୍ଠାନ ବ୍ୟତୀତ ଘରୋଇ ଗ୍ୟାସ ଚୁଲା ଓ ଅନ୍ୟାନ୍ୟ ନିଆଁକୁ ଅଗ୍ନିନିର୍ବପନ ଯନ୍ତ୍ର ଦ୍ୱାରା ଲିଭାଯିବା ଓ ଏହାର ପ୍ରକାର ଭେଦ ଉପରେ ଅଧ୍ୟକ୍ଷ ଟିପ୍ପଣୀ ଦେଇଥିଲେ |

nis-ad
Leave A Reply

Your email address will not be published.