ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ

ବୁଗୁଡା : ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷା ସମ୍ବନ୍ଧୀୟ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଉଦଘାଟନ କରିଥିଲା ବେଳେ ଏଥିରେ ଭାରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ଆସିକା ବ୍ଲକ ସାଧନ କର୍ମୀ ହେମନ୍ତ କୁମାର ନନ୍ଦ ଏବଂ ବୁଗୁଡ଼ା ବ୍ଲକ ସାଧନ କର୍ମୀ ସୁଶାନ୍ତ କୁମାର ଡାକୁଆ ପ୍ରମୁଖ ଯୋଗ ଦେଇ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୦ ଜଣ ଶିକ୍ଷକ /ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଏ ଅବସରରେ ପିଡବ୍ଲୁଡି ଆକ୍ଟ-୧୯୯୫ , ଆରସିଆଇ ଆକ୍ଟ-୧୯୯୨, ଆରପିଡବ୍ଲୁଡି ଆକ୍ଟ-୨୦୧୬ ଆଦି ସାଙ୍ଗକୁ ଶ୍ରେଣୀ ଗୃହ ପରିଚାଳନା ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ପ୍ରକ୍ରିୟା ସମ୍ପର୍କେ ତାଲିମ୍ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସାଧନ କର୍ମୀ ସୋନାଲିନ୍ ପଣ୍ଡା ପରିଚାଳନା କରିଥିବା ବେଳେ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଛାସେବୀ ପ୍ରମୋଦ କୁମାର ମିଶ୍ର ଓ ଲକ୍ଷ୍ମଣ କୁମାର ସେଠୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଏହି ଭଳି ଆଉ ଦୁଇଟି ଏକଦିବସୀୟ ତାଲିମ ଶିବିର ଲଗାତର ଭାବେ ଅନୁଷ୍ଠିତ ହେବ ବୋଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.