୮ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ଦେବଗଡ଼ ୨୦।୧୦ : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଦେବଗଡ଼ ପୌର ପରିଷଦର ପୂର୍ବତନ କନିଷ୍ଠ ଯନ୍ତ୍ରୀ ବିଜୟାନଦ ସାହୁ ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡିଛନ୍ତି । ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ଆଠ ହଜାର ଟଙ୍କା ନେବେ ବେଳେ ଧରିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ଦେବଗଡ଼ ପୌର ପରିଷଦ ଅଧିନରେ ଠିକାକାମ କରୁଥିବା କଳିତ କୁମାର ନାମକ ଠିକାଦର ସହରରେ ଏକ କଲଭର୍ଟ ନିର୍ମାଣ କରିଥିଲେ । ଏଥିପାଇଁ ପୌର ପରିଷଦ ପକ୍ଷରୁ କାର୍ଯ୍ୟାଦେଶ ମିଳିଥିଲା । ୨୦୨୦ ସଂପୃକ୍ତ ଠିକାଦାର କାମ ଶେଷ କରିଥିଲେ ମଧ୍ୟ ତାଙ୍କର ପ୍ରାପ୍ୟ ମିଳିନଥିଲା । ଏହି କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ବିଜୟାନନ୍ଦ ସାହୁ ବିଲ କରିବା ପାଇଁ ଠିକାଦାରଙ୍କୁ ବାରମ୍ବାର ହଇରାଣ କରୁଥିଲେ । ପରେ ୨୦୨୧ ମସିହାରେ ବିଜୟାନନ୍ଦଙ୍କ ବଦଳି ତିଲେଇବଣୀ ବ୍ଲକକୁ ହୋଇଯାଇଥିଲା । ସେ ଠିକା କାମର ସମସ୍ତ କାଗଜପତ୍ର ନିଜ ପାଖରେ ରଖିଥିଲେ । ଫଳରେ କାମ ସାରିଥିଲେ ମଧ୍ୟ ଠିକାଦାର ପ୍ରାପ୍ୟ ପାଇପାରିନଥିଲେ। ଏନେଇ ସଂପୃକ୍ତ ଠିକାଦାରଙ୍କୁ କନିଷ୍ଠ ଯନ୍ତ୍ରୀଙ୍କ ନିକଟକୁ ବାରମ୍ବାର ଦୌଡାଇବା ପରେ ବିଲ ଟଙ୍କାର ଦୁଇ ଭାଗ ଆଗୁଆ ଦେବା ପାଇଁ କହିଥିଲେ । ଠିକାଦର ଗୁରୁବାର ଦିନ କନିଷ୍ଠ ଯନ୍ତ୍ରୀଙ୍କୁ ଆଠ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ପହଞ୍ଚି ବିଜୟାନନ୍ଦଙ୍କୁ ଧରିଥିଲା । କନିଷ୍ଠ ଯନ୍ତ୍ରୀଙ୍କ ନିକଟରୁ ଆଠ ହଜାର ଟଙ୍କ ମଧ୍ୟ ଜବତ କରିଛି ଭିଜିଲାନ୍ସ ।

ସେହିପରି ଭଡାଘରେ ଭିଜିଲାନ୍ସ ଠିକା କାମର ସମସ୍ତ କାଗଜପତ୍ର ଜବତ କରିଛି । ଦେବଗଡ ଭିଜିଲାନ୍ସ ଡିଏସପି ଯୋଗେଶ ପ୍ରସାଦ ପଟେଲ ଓ ଝାରସୁଗୁଡ଼ା ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ଵରେ ଦଶ ଜଣିଆ ଟିମ ଏହି ରେଡ୍‌ରେ ସାମିଲ ଥିଲେ ।

nis-ad
Leave A Reply

Your email address will not be published.