ହରିଶଙ୍କର ଦର୍ଶନ ହେଲା ଶେଷ ଦର୍ଶନ : ୧ ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ…

ହିଞ୍ଜିଳିକାଟୁ : ହରିଶଙ୍କର ରୁ ଦର୍ଶନ ସାରି ବ୍ରହ୍ମପୁର ଫେରୁଥିବା ବେଳେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ବ୍ରହ୍ମପୁର ଅଞ୍ଚଳର ଅଚ୍ୟୁତାନନ୍ଦ ପାତ୍ର (୫୨) ସ୍ବର୍ଗତ ପାତ୍ର ବୁଗୁଡ଼ା ପରେ ଆସିକା କ୍ଷୁଦ୍ର ଜଳସମ୍ପଦ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଗୁରୂତର ଙ୍କ ମଧ୍ୟରେ ସ୍ବର୍ଗତ ପାତ୍ର ଙ୍କ ସ୍ତ୍ରୀ ,ଓ ସ୍ବର୍ଗତ ପାତ୍ର ଙ୍କ ଶଳା ଓ ଶଳାଭାଉଜ ଥିବା ଜଣାପଡ଼ିଛି ।ସମସ୍ତ ଗୋଟିଏ ପରିବାରର ଏବଂ ବ୍ରହ୍ମପୁର ଅଞ୍ଚଳର ଜଣାପଡ଼ିଛି। ଏମାନେ ମଙ୍ଗଳବାର ଦିନ ବୁଗୁଡା ଯାଇ ବୁଦ୍ଧଖୋଲ, କଣ୍ଟିଲୋ ଦେଖି ସମ୍ବଲପୁର ମାଁ ସମଲେଶ୍ବରୀ ଦର୍ଶନ ସାରି ହରିଶଙ୍କର ଦର୍ଶନ କରିବାକୁ ଯାଇଥିଲେ। ବୁଧବାର ରାତିରେ ଫେରୁଥିଲା ବେଳେ ତାଙ୍କ କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ ବ୍ରହ୍ମପୁର ଅଞ୍ଚଳର ସ୍ବର୍ଗତ ପାତ୍ର, ତାଙ୍କ ସ୍ତ୍ରୀ ଓ ଶଳା, ଶଳାଭାଉଜ କାର୍ ନଁ ଓଡି୦୨ ବି ସି ୧୪୫୮ ଯୋଗେ ହରିଶଙ୍କର ଯାଇଥିଲେ। ସେଠାରୁ ସେମାନେ ନିଜ ନିଜ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ପିତଳଗ୍ରାମ ଛକ ନିକଟରେ ଛିଡା ହୋଇଥିବା ଗୋଟିଏ ଟମାଟ ବୋଝେଇ ଟ୍ରକ୍ ପଛ ପଟୁ ସେମାନଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସ୍ଥାନୀୟ ଲୋକେ ଭୋରରେ ମୃତକ ଓ ଗୁରୁତରଙ୍କୁ ଉଦ୍ଧାର କରିବା ସହ ହିଞ୍ଜିଳି ଥାନାରେ ଖଵର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୁରୁତର ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡମେଡିକଲକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.