ସାଇକେଲ ଚୋରି ଅଭିଯୋଗରେ ୨ ଗିରଫ…


ବୁଗୁଡ଼ା : ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ ଏକ ତେଜରାତି ଦୋକାନ ସମ୍ମୁଖରୁ ସାଇକେଲ ଚୋରି କରି ନେଇଥିବା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଦୁଇ ଜଣ ହେଲେ ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ଗୌର ବାରିକ (୪୫) ଏବଂ ବୁଗୁଡ଼ା ଥାନା ଅଧିନସ୍ଥ ନଗୁଡୁ ଗ୍ରାମର ନାରାୟଣ ବାରିକ (୪୦) । ଏନେଇ ଖୋଳଖାଳି ଗ୍ରାମର ଅମର ନାୟକଙ୍କ ସାଇକେଲ ଚୋରି ଅଭିଯୋଗ କ୍ରମେ ପୋଲିସ କେସ୍ ନଂ୬୧୩/୨୨ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ଏ ମାସ ଗତ ୧୮ ତାରିଖ ଅପରାହ୍ନରେ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ ଏକ ତେଜରାତି ଦୋକାନ ସମ୍ମୁଖରେ ସାଇକେଲଟିକୁ ରଖି ଖୋଳଖାଳି ଗ୍ରାମର ଅମର ନାୟକ ଦୋକାନ ଭିତରକୁ ଯାଇ ଜିନିଷ କିଣି ଫେରିବା ବେଳକୁ ସାଇକେଲଟି ସେଠାରେ ନଥିଲା । ସେ ବିଚଳିତ ହୋଇ ସାଇକେଲଟିକୁ କିଏ ଭୁଲରେ ନେଇ ଯାଇଥିବ ଭାବି ସିସିଟିଭି ଯାଞ୍ଚ କରିଥିଲେ । ସେଥିରେ ଲାଲ୍ ସାର୍ଟ ପିନ୍ଧିଥିବା ଦୁଇ ଜଣ ବ୍ଯକ୍ତି କୌଶଳରେ ସାଇକେଲଟିକୁ ନେଇ ଯାଇଥିବାର ଦେଖିବାକୁ ମିଳିଥିଲା । ଏହା ପରେ ଆଖପାଖରେ ସାଇକେଲଟିକୁ ଖୋଜା ଚାଲିଥିବା ବେଳେ କିଛି ଦୂରରେ ସେମାନଙ୍କ ମଧ୍ୟରୁ ଜଣେ ଛିଡା ହୋଇ ଫୋନରେ କଥାବାର୍ତ୍ତା ହେଉଥିଲେ । ଲୋକେ ଯାଇ ତାକୁ କାବୁ କରି ତା’ଠାରୁ ଅନ୍ୟ ଜଣଙ୍କ ପତ୍ତା ପାଇ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଲୁଚିଥିବା ଅବସ୍ଥାରେ ତାକୁ ମଧ୍ଯ କାବୁ କରିଥିଲେ । ଏହାପରେ ପୋଲିସକୁ ଡକାଇ ସେ ଦୁହିଁଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ନେଇ ବୁଗୁଡା ଥାନାରେ ଅମରଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଏଏସଆଇ ରାଜ କୁମାର ମହାପାତ୍ର ଘଟଣାର ତଦନ୍ତ କରି ନାରାୟଣଙ୍କ ନଗୁଡୁ ସ୍ଥିତ ଘରୁ ଚୋରି ସାଇକେଲଟିକୁ ଜବତ କରିଥିଲେ ।

nis-ad
Leave A Reply

Your email address will not be published.