ଟ୍ରାକ୍ଟର ଧକ୍କାରେ ସାଇକଲ ଆରୋହୀ ମୃତ୍ୟୁ…


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ହିଞ୍ଜିଳି ଗ୍ରାମର କାଳୀମନ୍ଦୀର ଛକ ନିକଟ ଉଲୁକପଲି ସାହି ରାଜ୍ୟ ରାଜପଥ ଉପରେ ଟ୍ରାକ୍ଟର ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ସାଇକଲ ଆରୋହୀ ଜଣକ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଖରିଡା ଗ୍ରାମର ବନମାଳୀ ବେହେରା (୭୨) ବୋଲି ଜଣାପଡ଼ିଛି। ଏନେଇ କ୍ଷତିପୂରଣ ଦାବିରେ ଚପା ଉତେଜନା ଦେଖାଦେଇଥିଲା ।
ସୂଚନା ଅନୁଯାୟୀ, ଅଗସ୍ତି ଶାଗ ବିକିବାକୁ ନିଜ ଗ୍ରାମ ଖରିଡା ରୁ ସାଇକେଲ ଯୋଗେ ହିଞ୍ଜିଳିକାଟୁ ଆସୁଥିଲେ। ।ମଧ୍ୟାହ୍ନରେ ହିଞ୍ଜିଳି ଗ୍ରାମ ତାରାତାରିଣୀ ରୋଡ ଉଲୁକପଲି ସାହି ନିକଟରେ ଏକ ଟ୍ରାକ୍ଟର ଦ୍ରୁତ ଗତିରେ ଆସି ତାଙ୍କ ଉପରକୁ ମାଡି ଯାଇଥିଲା । ଏନେଇ ଘଟଣା ସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି । ସେପଟେ ଗ୍ରାମବାସୀ ଓ ସମ୍ପର୍କୀୟ ରାଜ୍ୟ ରାଜପଥ ଉପରେ ଚପା ଉତେଜନା ଦେଖାଦେଇଥିଲା। ମୃତ ବ୍ୟକ୍ତି ଛଟପଟ ହେଉଥିବା ଵେଳେ କୌଣସି ଯାତ୍ରାବାହି ଅଟୋ ସହାୟତା ଯୋଗାଇ ଦେବା ବଦଳରେ ମେଡିକାଲ ନେବାକୁ ମନା କରିଦେଇଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଟ୍ରାକ୍ଟର ଚାଳକ ସହ ତିନି ଜଣ ଲେବର ଭୟରେ ଘଟଣା ସ୍ଥଳରୁ ଦୌଡି

ପଳାଇଥିଲେ। ଖରିଢା ଗ୍ରାମର ଯୁବଗୋଷ୍ଠୀ ମିଳିତ ହୋଇ ଗାଡି ଚାଳକ ସହ ଅନ୍ୟ ତିନି ଜଣ ଙ୍କୁ କାବୁ କରି ପୋଲିସ ର ଜିମା ଦେଇଛନ୍ତି। ସେପଟେ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜଵତ କରିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବନମାଳୀ ଙ୍କୁ ମୃତ ଘୋଷଣା କରିଥିଲେ। ଶବକୂ ଵ୍ୟଵଛେଦ ନିମନ୍ତେ ଵ୍ରହ୍ମପୁର ବଡ ମେଡିକାଲକୁ ପଠାଇ ୫୭୦।୨୨ ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା। ତେବେ ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ଘଟୁଛି । ହିଞ୍ଜିଳିକାଟୁ ଜାତୀୟ ରାଜପଥ ଉପରେ ବିଜୁପଟ୍ଟନାୟକ ଛକରେ ଅଟୋ ଗୁଡିକ ଵେଆଇନ ପାର୍କିଂ ଯୋଗୁଁ ଟ୍ରାଫିକ୍ ଜାମ ହେଊଥୁଵା ସହ ଵାରମ୍ବାର ଦୁର୍ଘଟଣାଘଟୁଥିବା ଯୋଗୁଁ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ସାଧାରଣରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.