ଘରୋଇ କଳି ହେଲା କାଳ : ମୋବାଇଲ ପାଇଁ ଚାଲି ଗଲା ନିରୀହ ଜୀବନ…

ମାଲକାନଗିରି : ମୋବାଇଲ ପାଇଁ ଚାଲି ଗଲା ଜୀବନ । ଏଭଳି ଏକ ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ mpv 14 ଗ୍ରାମର ଏକ ବର୍ଷ ହେବ ବିବାହ କରି ରହୁଥିଲେ ଜ୍ୟୋତି ଓ କନାଇ । କନାଇ ପାଖରେ ପଇସା ନଥିବାରୁ ସେ ସ୍ତ୍ରୀ ଜ୍ୟୋତି ପାଇଁ ଫାଇନାନ୍ସରେ ଏକ ମୋବାଇଲ କିଣିଦେଇଥିଲା । ତେବେ ଏହି ଫାଇନାନ୍ସ ରେ କିଣିବା କଥା ଜ୍ୟୋତିଙ୍କୁ ଅଜଣାଥିଲା । ତେବେ ମୋବାଇଲ ର ଶେଷ କିସ୍ତି ସରିବା ପରେ ଫାଇନାନ୍ସ ଅଫିସର ଜଣେ କର୍ମଚାରୀ ଦସ୍ତଖତ ପାଇଁ କନାଇ ଘରକୁ ଆସିଥିଲେ ଏହି ସମୟରେ କନାଇ ଘରେ ନଥିଲେ । ତେବେ ମୋବାଇଲ ଫାଇନାନ୍ସ କଥା କନାଇ ଙ୍କ ସ୍ତ୍ରୀ ଜାଣିବାକୁ ପାଇଥିଲେ । ପରବର୍ତ୍ତୀ ସମୟରେ ସ୍ୱାମୀ ଆସିବା ପରେ ସ୍ତ୍ରୀ ଜ୍ୟୋତି ଏବଂ ସ୍ୱାମୀ କନାଇ ଙ୍କ ମଧ୍ୟରେ କିଛି ଯୁକ୍ତି ହୋଇଥିଲା । ଏହି ଯୁକ୍ତି ତର୍କରେ ସ୍ତ୍ରୀ ଜ୍ୟୋତି ବିଷ ପି ଦେଇଥିଲେ,ତେବେ ସ୍ତ୍ରୀର ଏହି ଅବସ୍ଥା ଦେଖି କନାଇ ମଧ୍ୟ ଗୁରୁତର ହୋଇଥିଲେ । ତେବେ ଦୁହିଁ ଗୁରୁତରଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ତେବେ ଚିକିତ୍ସାଳୟରେ ଡାକ୍ତର ଜ୍ୟୋତିକୁ ମୃତ୍ୟୁ ଘୋଷଣା କରିଥିବା ବେଳେ କନାଇର ଅବସ୍ଥା ଗୁରୁତର ରହିଥିବା ଚିକିତ୍ସକ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.