ଭୁବନେଶ୍ୱରରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର ୧୮।୧୦ : ଗଛରେ ଝୁଲୁଛି ଯୁବକଙ୍କୁ ମୃତଦେହ । ଭୁବନେଶ୍ୱର ମେ ଫେୟାର ଛକ ନିକଟରେ ଥିବା କୋଠାଘରର ପଣସ ଗଛ ଡାଳରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଜଣେ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପାଚେରୀ ଉପରେ ଚପଲ, ଗୋଟେ ପ୍ୟାଣ୍ଟ, ସାର୍ଟ, ଗାମୁଛା, ସାଲ ରଖି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି l ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାର ବେଳେ ଶବକୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.