ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ

ସମ୍ବଲପୁର ୧୮।୧୦ : ଟ୍ରେନ୍‌ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ  ନିକଟସ୍ଥ ଭାଲୁଡୁଙ୍ଗୁରୀ ରେଳ ଲାଇନ୍ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍‌ ନୋଟ୍‌ ମିଳିଥିବା ସୂଚନା ।

ସୂଚନା ଅନୂଯାୟୀ, ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କ୍ଷୀରୋଦ କୁମାର ନାଥ। ସେ ଟାମ୍ପରେକଲା ଗାଁର ବାସିନ୍ଦା। ଗତ ଜୁନ୍ ମାସରେ ସେ ଟାମ୍ପରକେଲା ହାଇସ୍କୁଲରୁ ଅବସର ନେଇଥିଲେ। ଆଉ ଏବେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଜିଆରପି ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ତେବେ ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍‌ରୁ କିଛି ରୋଚକ ତଥ୍ୟ ମିଳିଛି । ସେଥିରେ ଲେଖାଅଛି ଯେ, ଆତ୍ମହତ୍ୟା ପାଇଁ କିଛି ଲୋକଙ୍କୁ ଦାୟୀ କରିଛନ୍ତି। ଏପିରିକି କିଛି ଲୋକ ତାଙ୍କୁ ହଇରାଣ କରିବା ସହ ଫସାଉଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି ।

nis-ad
Leave A Reply

Your email address will not be published.