ଭୁବନେଶ୍ବର: ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍ ୫ଜଣ ପ୍ରାର୍ଥୀ । ଆଜି ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ । ଏହାପରେ ୫ଜଣ ପ୍ରାର୍ଥି ମଇଦାନରେ ଅଛନ୍ତି । ଧାମନଗର ନିର୍ବାଚନମଣ୍ଡଳୀର ମୋଟ୍ ଭୋଟର ୨ ଲକ୍ଷ ୩୮ ହଜାର ୪୧୭ । ମୋଟ୍ ୨୫୨ ମତଦାନ କେନ୍ଦ୍ର କରାଯିବ । ୧୩୪ଟି ବୁଥର ନାଁ ବଦଳିଛି ।
୧୦୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଓ ଭିନ୍ନକ୍ଷମଙ୍କ ପାଇଁ ପୋଷ୍ଟାଲ ବାଲାଟ ପେପର୍ ବ୍ୟବସ୍ଥା ହେବ । ଧାମନଗର ଉପନିର୍ବାଚନ ପାଇଁ ୪ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ରାଜ୍ୟ ପୋଲିସର ୧୭ ପ୍ଲାଟୁନ ନିୟୋଜିତ କରାଯିବ । କୋଭିଡ କଟକଣା ଲାଗୁ ହେବ ନାହିଁ । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଉପରେ କଡ଼ା ନଜର ରଖାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।