ମୁମ୍ବାଇ: ମହାରାଷ୍ଟ୍ରର ଅନ୍ଧେରୀ ପୂର୍ବ ଉପ ନିର୍ବାଚନ ପୂର୍ବରୁ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଏହି ଆସନରେ ଉଦ୍ଧବ ଠାକରେଙ୍କ ଶିବସେନା ଦେଇଥିବା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଋତୁଜା ଲଟକେଙ୍କୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିରୋଧରେ ବିଜେପି ଓ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମୁରଜୀ ପଟେଲଙ୍କୁ ଟିକେଟ ଦେଇଥିଲେ। ସେ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ ମଧ୍ୟ କରିଥିଲେ। ହେଲେ ଆଜି ଶ୍ରୀ ପଟେଲ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବା ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ସୂଚନା ନେଇଛନ୍ତି। ଫଳରେ ଋତୁରାଜ ଲଟକେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ଚନ୍ଦ୍ରଶେଖର କହିଛନ୍ତି, “ବିଜେପି ସଂପୂର୍ଣ୍ଣ ଭାବେ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଥିଲା ଓ ଦଳର ପ୍ରାର୍ଥୀ ଭଲ ଭୋଟ ମଧ୍ୟ ପାଇ ବିଜୟୀ ମଧ୍ୟ ହୋଇଥାଆନ୍ତେ। କିନ୍ତୁ ଯେତେବେଳେ ଜଣେ ବିଧାୟକଙ୍କ ଦେହାନ୍ତ ହୋଇଛି ଓ ତାଙ୍କ ସମ୍ପର୍କୀୟ କେହି ପ୍ରାର୍ଥୀ ହୋଇଛନ୍ତି, ତା’ହେଲେ ମହାରାଷ୍ଟ୍ରର ପରମ୍ପରା ହେଉଛି ଯେ ତାଙ୍କୁ ବିଜୟୀ କରାଇବା। ଏହାକୁ ଦୃଷ୍ଟିରେ ରଖି ଆମେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛୁ।
ବିଜେପି ପୂର୍ବରୁ ମଧ୍ୟ ଅନେକ ଥର ଏହି ପରମ୍ପରାକୁ ପାଳନ କରି ଆସିଛି। ନୂଆ କରି ନିର୍ବାଚିତ ହେବାକୁ ଥିବା ବିଧାୟକ ପ୍ରାୟ ୧.୫ ବର୍ଷ କାମ କରିବେ। ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦ ମିଳିତ ଭାବେ ପ୍ରାର୍ଥୀ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ମୁମ୍ବାଇ ୟୁନିଟ ସଭାପତି ଆଶିଷ ଶେଲାର ଏଥିପାଇଁ ରାଜି ହୋଇଥିବାରୁ ସେମାନଙ୍କୁ ଧନ୍ୟବାଦ।”
ଅନ୍ଧେରୀ ଇଷ୍ଟ ଆସନରୁ ଋତୁଜାଙ୍କ ସ୍ୱାମୀ ବିଧାୟକ ଭାବେ ନିର୍ବାଚନିତ ହୋଇଥିଲେ। ଶିବସେନା ଟିକେଟରୁ ସେ ବିଧାନସଭାକୁ ଯାଇଥିଲେ ମଧ୍ୟ ତାଙ୍କର ଦେହାନ୍ତ ହୋଇଥିଲା। ଏଥିପାଇଁ ଉଦ୍ଧବଙ୍କ ଗୋଷ୍ଠୀ ନଭେମ୍ବର ୩ରେ ଏଠାରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଋତୁଜାଙ୍କୁ ପ୍ରାର୍ଥୀ କରିଥିଲା। ବିଜେପି ତାଙ୍କ ବିରୋଧରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଦଳ ସହ ହାତ ମିଳାଇଥିବା ସିନ୍ଦେଙ୍କ ଶିବସେନା ଏହାକୁ ବିରୋଧ କରିଥିଲା।
ଏଥିସହ ସିନ୍ଦେଙ୍କ ଗୋଷ୍ଠୀ ବିଜେପି ଉପରେ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଚାପ ପକାଇଥିଲା। ଶନିବାର ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ସରକାରୀ ବାସଭବନ ବର୍ଷାରେ ଭେଟିଥିଲେ। ରବିବାର ସେ ବେଶ ଭାବପ୍ରବଣ ହୋଇ ଦେବେନ୍ଦ୍ର ପଡ଼ନାଭିସଙ୍କୁ ଋତୁଜାଙ୍କ ବିରୋଧରେ ପ୍ରାର୍ଥୀ ନ ଦେବାକୁ ଅନୁରୋଧ କରିଥିଲେ।
ଏନେଇ ସେ ଗୋଟିଏ ଚିଠି ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏନସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ବିଜେପିକୁ ସମାନ ଅନୁରୋଧ କରିଥିଲେ। ଶେଷରେ ବିଜେପି ଆଜି ଋତୁଜାଙ୍କ ବିରୋଧରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛି।
Sign in
Sign in
Recover your password.
A password will be e-mailed to you.
Prev Post
ଧାମନଗର ଉପନିର୍ବାଚନ ମଇଦାନରେ ମୋଟ୍ ୫ଜଣ ପ୍ରାର୍ଥୀ, ୧୩୪ଟି ବୁଥର ନାଁ ବଦଳିଛି: ନିର୍ବାଚନ କମିଶନଙ୍କ ସୂଚନା
Next Post