ଗଛରେ ପିଟିହେଲା ଆମ୍ବୁଲାନ୍ସ, ଆଟେଣ୍ଡାଣ୍ଟ ସହ ରୋଗୀ ମୃତ

ଧର୍ମଗଡ ୧୭/୧୦: ଗଛରେ ପିଟିହେଲା ଆମ୍ବୁଲାନ୍ସ । ଦୁଇ ଜଣଙ୍କ ମୃତ୍ୟୁ । ଜୟପୁର ଭବାନୀପାଟଣା ଜାତୀୟ ରାଜପଥ NH-26 ମହିଚଲା ଘୋଳିଜବା ନିକଟରେ ଘଟିଛି ଏହି ଦୁର୍ଘଟଣା । ରାସ୍ତା କଡରେ ଥିବା ଗଛକୁ ଆମ୍ବୁଲାନ୍ସ ପିଟିହେବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ସୂଚନା ଅନୁଯାୟୀ, ଝାଡାବାନ୍ତି ଯୋଗୁଁ କଳମପୁର ଗ୍ରାମର କିଛି ରୋଗୀ ଜୟପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପାଟଣା ହସ୍ପିଟାଲରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା l

ଭବାନୀପାଟଣା ହସ୍ପିଟାଲକୁ ରୋଗୀ ନେଇ ଯିବା ସମୟରେ ଗଛରେ ପିଟି ହୋଇଥିଲା ଆମ୍ବୁଲାନ୍ସ ଯାହା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି କଳମପୁର ଗାଁର ସୁନିତା ଦୁର୍ଗା ଏବଂ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ପଣ୍ଡି ଗାଁର ଡମ୍ବରୁ ଶବର l

nis-ad
Leave A Reply

Your email address will not be published.