ହାତୀ ଆକ୍ରମଣରେ ଜଣେ ଗୁରୁତର

ଆଠମଲ୍ଲିକ ୧୭/୧୦: ଆଠମଲ୍ଲିକ ମାଧପୁର ରେଞ୍ଜର ଗୌତମପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗୁରୁତର । ଗୌତମପୁର ଗ୍ରାମର ସୁରଜିତ ତ୍ରିକୀ ତାଙ୍କ ଘରୁ ଯାଉଥିବା ସମୟରେ ଏକ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ତେବେ ଘଟଣା ସ୍ଥାନରେ ମୁମୁର୍ଷୁ ଅବସ୍ଥାରେ ପଡି ରହିଥିଲେ । ପାଖରେ ଥିବା ଲୋକମାନେ ପାଟି କରିବାରୁ ହାତୀ ଚାଲିଯାଇଥିଲା ।

ସେପଟେ ଉକ୍ତ ଗ୍ରାମକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲା ନଥିଲା ଆମ୍ବୁଲାନ୍ସ । ଲୋକେ ଖଟିଆରେ କିଛି ବାଟ ଆଣିବା ପରେ ବନ ବିଭାଗ ଗାଡ଼ିରେ ତାଙ୍କୁ ବୌଦ୍ଧ ମେଡିକାଲକୁ ପଠାଯାଇଥିଲା । ପରେ ବୁର୍ଲା ମେଡିକାଲକୁ ପଠାଯାଇଛି । ଗତ ଶନିବାର ଏହିଠାରୁ ୧ କିମି ଦୂରରେ ଗତକାଲି ଏକ ଦନ୍ତା ହତୀର ମୃତ୍ୟୁ ହୋଇଥିଲା । ଏବେ ଅଞ୍ଚଳରେ ହାତୀ ଭୟ ଲାଗି ରହିଛି ।

nis-ad
Leave A Reply

Your email address will not be published.