ବଜରଙ୍ଗ ଦଳର ପ୍ରତିଷ୍ଠା ଦିବସ ପାଳନ

ଉମରକୋଟ : ଉମରକୋଟ ସହରରେ ବଜରଙ୍ଗ ଦଳ ତରଫରୁ ସବୁ ହିନ୍ଦୁ ସଂଗଠନଙ୍କୁ ଆହବନ କରି ଧୂମଧାମରେ ପ୍ରତିଷ୍ଠା ଦିବସ ପାଳନ କରାଯାଇ ଅଛି, ସୂଚନା ମୁତାବକ ରବିବାର ଦିନ ବଜରଙ୍ଗ ଦଳ ତରଫରୁ ଉମରକୋଟ ସବୁ ହିନ୍ଦୁ ସଂଗଠନ ସହ ନବରଙ୍ଗପୁର ଜିଲ୍ଲାର ସବୁ ସହରର, ଏବଂ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଓ ମଧ୍ୟପ୍ରଦେଶ ରାଜ୍ୟର RSS ବିଶ୍ୱହିନ୍ଦୁ ପରିଷଦ, ହିନ୍ଦୁ ମହାସଂଘ, ଙ୍କୁ ଆହବନ କରି ବିଶାଳ ସମାବେଶରେ ପାଳନ କରାଯାଇଛି |
ମୁଖ୍ୟ ଅତିଥି ଭାବେ ଜୟପୁର ରୁ ଆସିଥିଲେ ଶ୍ରୀ ଗୌତମ ସାମନ୍ତରାୟ, ହିନ୍ଦୁ ସଂଗଠନ ସୁଦୃର କରିବା ଏବଂ ହିନ୍ଦୁ ଜାଗରଣ କରିବା ଉପରେ ବିସ୍ତାରିତ ଆଲଚନା କରିଥିଲେ, ପରେ ବିଶ୍ୱ ହିନ୍ଦୁ ପରିଷଦ ର ମୁଖ୍ୟ ଶ୍ରୀ ସୁନୀଲ ବେହେରା ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଶୋଭା ସାଙ୍ଗ କରି, ଉମରକୋଟ ସହର ସାରା ଶୋଭା ଯାତ୍ରା କରି, ଶିଶୁ ମନ୍ଦିରରେ ପହଂଚି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା | ପରିଚାଳନା କରିଥିଲେ ବଜରଙ୍ଗ ଦଳର ସନ୍ତୋଷଜେନା, ରାଜୁ ଦାସ, ନିଗମ ସାହୁ ଅଶୋକ ପାତ୍ର, ଏବଂ ବଜରଙ୍ଗ ଦଳର ସମସ୍ତ କର୍ମକର୍ତ୍ତା ଏହି ପ୍ରୋଗ୍ରାମ ଦ୍ୱାରା ଉମରକୋଟ ସହରରେ ହିନ୍ଦୁତ୍ୟ ର ବିଶାଳ ପ୍ରଭାବ ପରିବା ସହିତ, ସମସ୍ତ ହିନ୍ଦୁ ସଂଗଠନ ଧନ୍ୟବାଦ ଜଣାଇବା ସହିତ ସାଧୁବାଦ ଜଣାଇଛନ୍ତି |

nis-ad
Leave A Reply

Your email address will not be published.