ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର:  ଉଚ୍ଛେଦ ହେଲା ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି । ଏଣିକି ସବୁ କଣ୍ଟ୍ରାକଚୁଆଲ ନିଯୁକ୍ତି ନିୟମିତ ହେବେ । ଗତକାଲି କ୍ୟାବିନେଟ୍‌ ନିଷ୍ପତ୍ତି ପରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଗ୍ରୁପ୍‌-ବି, ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବିଜ୍ଞପ୍ତି ଜାରି ହୋଇଛି ।

ଗତକାଲି ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ନିୟମିତ ହେବେ ରାଜ୍ୟର ୫୭ ହଜାରରୁ ଅଧିକ କର୍ମଚାରୀ । ଏଥିପାଇଁ ହାରାହାରି ୧୩ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ୨୦୧୩ରୁ ରାଜ୍ୟରେ ଆରମ୍ଭ ହୋଇଥିଲା କଣ୍ଟ୍ରାକ୍‌ଚ୍ୟୁଆଲ ରିକ୍ରୁଟମେଣ୍ଟ ପ୍ରକ୍ରିୟା । ଗତବର୍ଷ ଏହି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରାଯାଇଥିଲା । ଏହାପରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଚ୍ଛେଦ କରିଛନ୍ତି ସରକାର ।

nis-ad
Leave A Reply

Your email address will not be published.