କାର୍‌ରୁ ଡେଇଁ ପଡ଼ିଲେ, ଚାପି ଦେଲା ଟ୍ରକ୍

ଯାଜପୁର:  ଏମିତି ବି ଆସେ ମୃତ୍ୟୁ । ଦେବୀ ଦର୍ଶନ ପାଇଁ ଯାଉଥିବାବେଳେ ବାଟରେ ଜଗିଥିଲା ଯମ। ଭୁବନେଶ୍ୱରରୁ ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ଆସୁଥିବାବେଳେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ ୨ ମହିଳା ମୃତ। ୧୬ନମ୍ବର ଜାତୀୟ ରାଜପଥର ଛତିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସୂଚନା ଅନୁଯାୟୀ ଏକ କାର୍‌ଟି ଚଣ୍ଡିଖୋଲ ଅଭିମୁଖେ ଆସୁଥିବାବେଳେ ଛତିଆ ନିକଟରେ ଜଳଖିଆ ଖାଇବା ପାଇଁ ରହିଥିଲା।

କାର୍‌ ଡ୍ରାଇଭର ହ୍ୟାଣ୍ଡବ୍ରେକ୍‌ ନପକାଇ ବାହାରକୁ ଯାଇଥିବା ବେଳେ ଗାଡିଟି ଗଡିବାକୁ ଲାଗିଥିଲା। ଫଳରେ କାର ଭିତରେ ଥିବା ଦୁଇ ମହିଳା ଗାଡିରୁ ଡ଼େଇଁ ପଡ଼ିଥିଲେ। ଏହି ସମୟରେ ପଛରୁ ଆସୁଥିବା ଟ୍ରକଟି ତାଙ୍କ ଉପରେ ମାଡି ଯାଇଥିଲା। ମୃତକ ଦୁଇ ଜଣ ଭୁବନେଶ୍ୱରର ଗୀତାରାଣୀ ପାଢ଼ୀ ଓ ସସ୍ମିତା ପାଢ଼ୀ। ବୈରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି |

nis-ad
Leave A Reply

Your email address will not be published.