ବିଜେଡି ପକ୍ଷରୁ ୭ଟି ଗାଁରେ ଜନ ସମ୍ପର୍କ ପଦଯାତ୍ରା

ବୁଗୁଡ଼ା : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ୨ୟ ଦିବସରେ ଆଜି ବୁଗୁଡ଼ା ବ୍ଲକର ୩ଟି ପଞ୍ଚାୟତ ଅନ୍ତର୍ଗତ ନଗୁଡୁ ,ଭୋଗଡା ,ମାଣିତରା ,ସଙ୍କୁରୁ ,ଚିଲିଖମା , ଗୋଳାବନ୍ଧ ଓ ବେତାରସିଂ ଆଦି ୭ଟି ଗ୍ରାମ ପରିକ୍ରମା କରାଯାଇଥିବା ଜଣାଯାଇଛି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ନାରୀ ନେତ୍ରୀ ଆରତୀ ଦେବୀ, ବ୍ଲକ ସଭାନେତ୍ରୀ ଜ୍ଯୋତ୍ସ୍ନାମୟୀ ଗୌଡ, ଯୁବ ସଭାପତି ଟୁକୁନା ଜେନା , ଛାତ୍ର ସଭାପତି ହର ପ୍ରସାଦ ମହାପାତ୍ର , ବୁଗୁଡ଼ା ନଗର ସଭାପତି କେ.ତ୍ରିଲୋଚନ ଦୋରା ଓ ନଗରପାଳ ଚିତ୍ରସେନ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି ଏବଂ କର୍ମୀ ସାମିଲ୍ ଥିଲେ । ଉକ୍ତ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ନଗୁଡୁ ଗ୍ରାମରୁ ଆରମ୍ଭ ହୋଇ ଗୋଳାବନ୍ଧ ଗ୍ରାମରେ ଶେଷ ହୋଇଥିଲା ବେଳେ ବିଭିନ୍ନ ଗ୍ରାମରେ ଜନସଭାମାନ ଆୟୋଜନ କରାଯାଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରାଯାଇଥିଲା ।

nis-ad
Leave A Reply

Your email address will not be published.