ନୃତ୍ୟଗୁରୁ ବିନୋଦ ସାହୁ ସମ୍ବର୍ଦ୍ଧିତ

ଫୁଲବାଣୀ : ଫୁଲବାଣୀ ସହରର କୁମ୍ଭାରପଡା ଠାରେ ଅୟୋଜିତ ଗଜଲକ୍ଷ୍ମୀ ପୂଜା ଓ ରାବଣ ଦରବାର ଅବସରରେ ନଟରାଜ କଳା ମନ୍ଦିରର ଶୀଳ୍ପି ମାନଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ଅନୁଷ୍ଠାନ ଶୀଳ୍ପି ଶ୍ରୀବାଲି ବେହେରା, ଅସ୍ପ୍ରିତ ପ୍ରଧାନ, ଆନଭି, ହଂସିନି ଓ ଅରମାନ ଓଡିଶୀ ଓ ଭଜନ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କଣ୍ଠ ଶୀଳ୍ପି ଅମ୍ବିକା ବାଳା ପାଢୀ ଭଜନ ଗାଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀ ଘନ କୁମାର ଶବର, ଶ୍ରୀ ଆଇନଜିବୀ ସତ୍ୟ ନାରାୟଣ ବେହେରା ପ୍ରଭୃତି ଯୋଗ ଦେବା ସହ କଳାକାର ଓ ନୃତ୍ୟ ଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ସାହୁଙ୍କୁ ସମ୍ମାନିତ କରିଥିଲେ।ଆୟୋଜକ ଶ୍ରୀ ସୁଜିତ୍ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଆୟୋଜକ ଶ୍ରୀ ସୁଜିତ୍ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.