ଭାରତୀୟ ସହର ହାଇଦ୍ରାବାଦକୁ ‘ୱାର୍ଲଡ୍‌ ଗ୍ରିନ୍‌ ସିଟି’ ପୁରସ୍କାର

ହାଇଦ୍ରାବାଦ୍‌: ଶୁକ୍ରବାର ଦିନ ଦକ୍ଷିଣ କୋରିଆର ଜେଜୁରେ ଆୟୋଜିତ ଉତ୍ସବରେ ହାଇଦ୍ରାବାଦକୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆସୋସିଏସନ୍‌ ଅଫ୍‌ ହର୍ଟିକଲ୍‌ଚର୍‌ ପ୍ରଡ୍ୟୁସର୍‌’ (ଏଆଇପିଏଚ୍‌) ଦ୍ବାରା ପ୍ରଣିତ ‘ୱାର୍ଲଡ୍‌ ଗ୍ରିନ୍ ସିଟି ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି।

ଏହାଛଡ଼ା, ‘ଆଉଟର୍‌ ରିଙ୍ଗ୍‌ ରୋଡ୍‌’କୁ ସବୁଜିମାମୟ କରିଥିବାରୁ ହାଇଦ୍ରାବାଦକୁ ‘ଲିଭିଙ୍ଗ୍‌ ଗ୍ରିନ୍‌ ଫର୍‌ ଇକୋନେମିକ୍‌ ରିକଭରି ଆଣ୍ଡ୍‌ ଇନ୍‌କ୍ଲୁସିଭ୍‌ ଗ୍ରୋଥ୍‌’ ବର୍ଗର ପୁରସ୍କାର ମଧ୍ୟ ମିଳିଛି। ଏହି ବର୍ଗ ପାଇଁ ହାଇଦ୍ରାବାଦ୍‌ର ‘ଏଣ୍ଟ୍ରି’ ଥିଲା ‘ଗ୍ରିନିଙ୍ଗ୍‌ ଅଫ୍‌ ଆଉଟର୍‌ ରିଙ୍ଗ୍‌ ରୋଡ୍‌’।

ଶୁକ୍ରବାର ଦିନ ‌କରାଯାଇଥିବା ‘ଅଫିସିଆଲ୍‌ ରିଲିଜ୍‌’ରେ ଉଲ୍ଲେଖ ଅଛି, ପୁରସ୍କାର ପାଇଁ ମନୋନୀତ ହେବାରେ ହାଇଦ୍ରାବାଦ ହେଉଛି ଏକମାତ୍ର ଭାରତୀୟ ସହର। ତେଲେଙ୍ଗାନା ଓ ଭାରତ ପାଇଁ ଗୌରବର କଥା ଯେ, ହାଇଦ୍ରାବାଦ କେବଳ ଗୋଟିଏ ବର୍ଗରେ ନୁହେଁ, ସମସ୍ତ ୬ଟି ବର୍ଗରେ ସର୍ବୋତ୍ତମ ହୋଇ ସାମଗ୍ରିକ ‘ୱାର୍ଲଡ୍‌ ଗ୍ରିନ୍‌ ସିଟି ୨୦୨୨‘ ପୁରସ୍କାର ପାଇଛି।

ଉପରୋକ୍ତ କୃତ୍ବିତ୍ବ ନିମନ୍ତେ ପୌର ପ୍ରଶାସନ ଓ ନଗର ଉନ୍ନୟନ ମନ୍ତ୍ରୀ କେ.ଟି. ରାମା ରାଓ ସମଗ୍ର ‘ହାଇଦ୍ରାବାଦ ମେଟ୍ରୋପଲିଟାନ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି’ ଟିମ୍‌ ଏବଂ ‘ଏମ୍‌ଏ ଆଣ୍ଡ୍‌ ୟୁଡି’ର ସ୍ବତନ୍ତ୍ର ସଚିବ ଅରବିନ୍ଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସହର ସମ୍ମାନଜନକ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଆସୋସିଏସନ୍‌ ଅଫ୍‌ ହର୍ଟିକଲ୍‌ଚର୍‌ ପ୍ରଡ୍ୟୁସର୍ସ’ (ଏଆଇପିଏଚ୍‌) ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, ଏହି ସବୁ ଆନ୍ତର୍ଜାତିକ ପୁରସ୍କାର ତେଲେଙ୍ଗାନା ଓ ଭାରତର ଖ୍ୟାତିକୁ ଆହୁରି ଗୌରବାନ୍ବିତ କରିଛି।

ଶୁକ୍ରବାର ରାତିରେ ବିବୃତି ଦେଇ ସେ କହିଛନ୍ତି, ରାଜ୍ୟ ସରକାର ‘ହରିତହରମ୍‌‘ ଏବଂ ନଗର ଉନ୍ନୟନ କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବେ ପ୍ରଣୟନ କରି ଦେଶକୁ ଶ୍ୟାମଳ ଫଳ ଯୋଗାଇ ଦେଉଥିବାର ପ୍ରମାଣ ହେଉଛି ଏସବୁ ଆନ୍ତର୍ଜାତିକ ପୁରସ୍କାର।

ସେ ପୁଣି କହିଛନ୍ତି, ଆନନ୍ଦର ବିଷୟ ଏ ସବୁ ଆନ୍ତର୍ଜାତିକ ପୁରସ୍କାର ପାଇଁ ମନୋନିତ ହେବାରେ ହାଇଦ୍ରାବାଦ ହେଉଛି ଏକମାତ୍ର ଭାରତୀୟ ସହର।

nis-ad
Leave A Reply

Your email address will not be published.