ଆଗାମୀ ତିନି ଦିନି ଯାଏଁ ପାଗ ଶୁଖିଲା, ୧୮ରେ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର ୧୫।୧୦ : ପାଗରେ ସାମାନ୍ୟ ପରିବର୍ତ୍ତନ । ଆସନ୍ତା ୧୮ ତାରିଖ ଯାଏ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । କିନ୍ତୁ ବିସ୍ତୃତ ବର୍ଷାର ଆଦୌ ସମ୍ଭାବନା ନାହିଁ ।

ତେବେ ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହା ଅବପାତ ରୂପ ନେବାର ସମ୍ଭାବନା ଅଛି ବୋଲି ପୂର୍ବାନୁମାନ ଦିଆଯାଇଛି ।

nis-ad
Leave A Reply

Your email address will not be published.