ଆଜି ଆଇନ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଆଇନ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆଇନ ମନ୍ତ୍ରୀ ଓ ସଚିବଙ୍କ ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜୁରାଟର ଏକତା ନଗରରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ, ଏହି ସମ୍ମିଳନୀ ୨ ଦିନ ଧରି ଚାଲିବ ।

ଏହି କାର୍ଯ୍ୟକ୍ରମକୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କରାଯାଇଛି । ତାହା ସହ ପିଏମଓ ରିଲିଜରେ ଏହି ସମ୍ମିଳନୀକୁ ନେଇ କିଛି ତଥ୍ୟ ମଧ୍ୟ ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ, ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କର ପାରସ୍ପରିକ ସହଯୋଗରେ ଉନ୍ନତି ଆଣିବାରେ ସକ୍ଷମ ହେବେ ବୋଲି କୁହାଯାଇଛି । ଏହି ସମ୍ମିଳନୀ ମାଧ୍ୟମରେ ବିବାଦର ସମାଧାନ ପ୍ରଣାଳୀ, ପୁରୁଣା ଆଇନ ହଟାଇବା, ନ୍ୟାୟ ପାଇବାରେ ଉନ୍ନତିକରଣ  ଓ ସାମଗ୍ରିକ ଆଇନଗତ ଭିତ୍ତିଭୂମିର ନବୀକରଣ ଭଳି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସୂଚନା ଦିଆଯାଇଛି ।

ତାହା ସହ ସରକାରୀ ବିବୃତିରେ ଆହୁରି କୁହାଯାଇଛି କି, ଏହି ସମ୍ମିଳନୀରେ ଭାରତୀୟ ଆଇନ ଏବଂ ନ୍ୟାୟିକ ବ୍ୟବସ୍ଥା ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ନୀତି ନିର୍ମାତାମାନଙ୍କୁ ଏକ ସାଧାରଣ ପ୍ଲାଟଫର୍ମ ଯୋଗାଇଦିଆଯିବ ବୋଲି ଆଲୋଚନା କରାଯିବ ।

nis-ad
Leave A Reply

Your email address will not be published.