ବ୍ରହ୍ମପୁର : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ସ୍ଥିତ ଗୌଡ଼ବନ୍ଧ ବସ୍ତିକୁ ଉଚ୍ଛେଦ କରିଛି ବିଏମସି l ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦ୍ଦେଶକ୍ରମେ ମହାନଗର ନିଗମ ଅଂଚଳରେ ଥିବ ପୋଖରୀ ହୁଡ଼ା କଡର ସମସ୍ତ ବସ୍ତିକୁ ଉଛେଦ କରାଯାଇ ସେମାନଙ୍କୁ ରାଜୀବ ଆବାସ ଯୋଜନା ମାଧ୍ୟମରେ ଗୃହ ପ୍ରଦାନ କରାଯାଇଛି l ବିଏମସି ପକ୍ଷରୁ କିଛି କର୍ମଚାରୀ ଆସି ବସ୍ତିକୁ ଉଚ୍ଛେଦ କରାଯିବା ନେଇ ମାଇକ ଯୋଗେ ଘୋଷଣା କରିଥିଲେ l ଏହିକ୍ରମରେ ବୁଧବାର ମହାନଗର ନିଗମ ପକ୍ଷରୁ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧ ସାହି ନିକଟ ପୋଖରୀ ହୁଡ଼ା କଡରେ ରହୁଥିବା ୧୦୮ଟି ଘରକୁ ନିଗମର ଦୁଇଟି ଜେସିବି ଜରିଆରେ ସମୂର୍ଣ୍ଣ ଭାବେ ମାଟିରେ ମିଶାଇ ଦିଆଯାଇଛି l ଦୀର୍ଘ ୩୫ ବର୍ଷ ଧରି ଏଠାରେ ବସବାସ କରୁଥିବା ୮୨ ପରିବାରକୁ ନେହୁରୁ ନଗର ସ୍ଥିତ ରାଜୀବ ଆବାସ ଯୋଜନାରେ ଓ ୨୬ ପରିବାରକୁ ଆଇନାବନ୍ଧ ସାହିସ୍ଥିତ ରାଜୀବ ଆବାସ କୋଠାରେ ଥଇଥାନ କରାଯାଇଥିବା ମହାନଗର ନିଗମ ପକ୍ଷରୁ କୁହାଯାଇଛି l ଉଛେଦକୁ ନେଇ ଦୀର୍ଘଦିନ ଧରି ବସ୍ତି ବାସିନ୍ଦା ଓ ମହାନଗର ନିଗମ କତ୍ତୃପକ୍ଷଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଥିଲା l ବୁଧବାର ଦିନ ବିଏମସି ପକ୍ଷରୁ କର୍ମକର୍ତ୍ତା ମାନେ ହଠାତ ଆସି ବସ୍ତିକୁ ଉଛେଦ କଲେ l କୌଣସି ସମୟସୀମା ଦେଇନଥିବା ଯୋଗୁଁ ଘରେ ରହିଥିବା ଲକ୍ଷାଧିକ ଟଙ୍କାର ବିଭିନ୍ନ ଅସବାବପତ୍ର ମଧ୍ୟ ନଷ୍ଟ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା l ରାଜୀବ ଆବାସ ଯୋଜନାରେ ଯୋଗାଇ ଦିଆଯାଇଥିବା ଗୃହରେ ଗୋଟିଏ ପରିବାରର ୪ ଜଣରୁ ଅଧିକ ରହିବା ସମ୍ଭବପର ନୁହେଁ l ଏହାସହିତ ଅଗ୍ରୀମ ଟଙ୍କା ଦେଇ ଘର ନିଜ ନାମରେ କରିବା ସହିତ ସେଠାରେ ପାଣି ବିଲ, ଲାଇଟ ବିଲ ସହ ଅନ୍ୟାନ୍ୟ ଖର୍ଚ୍ଚ ଦେବା ବସ୍ତିବାସିନ୍ଦାଙ୍କ ନିମନ୍ତେ ଆଦୌ ସହଜସାଧ୍ୟ ନୁହେଁ l ତେଣୁ ବସ୍ତିରେ ଗୃହ ଭଙ୍ଗାଯାଇଥିଲେ ସୁଦ୍ଧା ବସ୍ତିରେ ହିଁ ଟେଣ୍ଟ ବାନ୍ଧି ରହିବୁ l ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ବସ୍ତି ଛାଡ଼ିବା ନିମନ୍ତେ ନୋଟିସ କରାଯାଇଥିଲା l ଗତ ବର୍ଷ ନୋଟିସ କରାଯିବା ପରେ ଉଚ୍ଛେଦ କରିବା ନିମନ୍ତେ ଉଦ୍ୟମ କରାଯିବା ସମୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ବସ୍ତିବାସିନ୍ଦାଙ୍କ ନିମନ୍ତେ ପୂର୍ବରୁ ମଞ୍ଜୁର ହୋଇଥିବା ରାଜୀବ ଆବାସ ଯୋଜନାରେ ପ୍ରଦାନ କରାଯାଇଥିବା ଗୃହରେ ରହିବା ନିମନ୍ତେ କୁହାଯାଇଥିଲା । ତଥାପି ମଧ୍ୟ ବସ୍ତିବାସିନ୍ଦା ମାନେ ରାଜୀବ ଆବାସ କଲୋନୀକୁ ସ୍ଥାନାନ୍ତର ହୋଇନଥିଲେ । ଯାହାଫଳରେ ଆଜି ବାଧ୍ୟ ହୋଇ ବସ୍ତିକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି l ସମସ୍ତ ବସ୍ତି ବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି । ଯେଉଁମାନେ ଗୃହ ପାଇନଥିବା ସେମାନଙ୍କର ପୁଣି ଥରେ ସର୍ଭେ କରାଯାଇ ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ କମିଶନର । ସେପଟେ କୌଣସି ପ୍ରକାରର ଉତ୍ତେଜନା ମୂଳକ ପରିସ୍ଥିତି ଯେପରି ସୃଷ୍ଟି ନ ହୁଏ ସେ ନେଇ ପୋଲିସ ପକ୍ଷରୁ ଧ୍ୟାନ ଦିଆଯାଇଥିଲା l ଦୁଇଟି ଅତିରିକ୍ତ ଏସପି, ଏସଡ଼ିପିଓ, ୫ ପ୍ଲାଟୁନ ପୋଲିସ ଫୋର୍ସ, ସହରରେ ରହିଥିବା ସମସ୍ତ ଥାନାର ଥାନା ଅଧିକାରୀଙ୍କ ସମେତ ୨୦ ଜଣ ଲେଖାଏଁ ଥାନା କର୍ମଚାରୀ ବସ୍ତିରେ ମୁତୟନ ରହିଥିଲେ l
Sign in
Sign in
Recover your password.
A password will be e-mailed to you.