ବିଂଶତମ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳା ଉଦଯାପିତ

ଅଟୋମେଟିକ ଷ୍ଟ୍ରିଟ ଲାଇଟ,ଜଙ୍ଗଲ ଅଗ୍ନି ସୁରକ୍ଷାରେ ରୋବୋର୍ଟ ପ୍ରକଳ୍ପ ଆକର୍ଷଣ

ବ୍ରହ୍ମପୁର : ବ୍ରହ୍ମପୁର ନିଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଦୁଇ ଦିନ ଧରି ଚାଲିଥିବା ବିଂଶତମ ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳାରେ ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାରତୀୟ ପୋଲିସ ସେବା ଆରକ୍ଷୀ ଅଧିକ୍ଷକ ଡ. ସର୍ବଣl ବିବେକ ଏମ ଯୋଗଦେଇ ବିଜ୍ଞାନ କୌଶଳ ଉପରେ ଛାତ୍ର ଓ ଛାତ୍ରୀଙ୍କୁ ଉପଦେଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଡ. କିଶୋଇ ଚନ୍ଦ୍ର ମହାନ୍ତି ବିଜ୍ଞାନକୁ ପୁରାଣ ଶାସ୍ତ୍ର ସହ ତୁଳନା କରି ଶିଶୁମାନଙ୍କୁ ବୈଜ୍ଞାନିକ ମନୋବୃତ୍ତି ହେବା ପାଇଁ ଉତ୍ସାହିତ କରିଥିଲେ ସେହିପରି ଶିକ୍ଷା ବିକାଶ ସମିତି ସମ୍ଭାଗ ସଭାପତି ଡ଼ଃ. ତାରାପ୍ରସାଦ ଦାଶ ପ୍ରତିଭlଗୀମାନଙ୍କୁ ପ୍ରତିଯୋଗିତା ମନୋବୃତ୍ତି ନ ନେଇ ବୈଜ୍ଞାନିକ ମାନସିକତା ବୃତ୍ତି କରେଇବା ପାଇଁ ଆର୍ଶୀବର୍ଚନ ପ୍ରଦାନ କରିଥିଲେ l
ଏହି କାଯ୍ୟକ୍ରମରେ ବିଦ୍ୟlଭାରାତି ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ମାନନୀୟ ଦିବାକର ଘୋଷଜୀଙ୍କ କରକମଳରେ ପ୍ରକଳ୍ପ ଉଦଘାଟନ ହୋଇଥିଲା l ଏହି ବିଜ୍ଞାନ ମେଳା ଶିଶୁ ବିଦ୍ୟାମନ୍ଦିର ଅଧକ୍ଷ ଏସ ମୋହନ ରାଓଙ୍କ ତତ୍ୱବଧାନରେ ମେଳାରେ ବିଜ୍ଞାନ ପ୍ରକଳ୍ପ ସହ, ବୈଦିକ ଗଣିତ ଓ ସଂସ୍କୃତିବୋଧ ପରିଯୋଜନା ମାଧ୍ୟମରେ ପ୍ରକଳ୍ପ ପ୍ରଦଶନ, ପ୍ରୟୋଗ,ପ୍ରଶ୍ନମଞ୍ଚ, ପତ୍ର ବାଚନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏଥିରେ ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ ୨୮ଟି ଟିମରେ ୮୪ ଜଣ, ସଂସ୍କୃତିଜ୍ଞାନ ପତ୍ରବlଚନରେ ୨୧ ଜଣ, ବିଜ୍ଞାନ ପ୍ରକଳ୍ପରେ ୩୮ ଜଣ, ବିଜ୍ଞାନ ପ୍ରୟୋଗରେ ୩0 ଜଣ, ବୈଦିକ ଗଣିତ ପ୍ରଶ୍ନମଞ୍ଚରେ ୫୯ ଜଣ , ବୈଦିକ ଗଣିତ ପତ୍ରବlଚନରେ ୧୯ ଜଣ, ଗଣିତ ପ୍ରୟାଗରେ ୨୨ ଜଣ, ଗଣିତ ପ୍ରକଳ୍ପରେ ୪୧ ଜଣ ଏହିପରି ମୋଟ ୪0 ୨ ଜଣ ପ୍ରତିଭାଗୀ ଯୋଗଦେଇଛନ୍ତି l ଏଥିରେ ସ୍ଥାନୀୟ ଅଞ୍ଚଳର ୪0 ଜଣ ବିଚାରକ ମୂଲ୍ୟାୟନ କରିଥିଲେ l
ବିଦ୍ୟlଭାରତି ପ୍ରାଙ୍ଗଣରେ ଦୁଇ ଦିନିଆ ବିଂଶ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା
ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି l ବିଦ୍ୟା ଭାରତୀ ଆନୁକୁଲ୍ୟରେ ଓଡ଼ିଶା ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ଜ୍ଞାନବିଜ୍ଞାନ ମେଳାରେ ଉଦଯାପନୀ ଉତ୍ସବରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟଅତିଥିଭାବେ ଯୋଗଦେଇ ଶିଶୁମାନଙ୍କୁ ବିଜ୍ଞାନ ଅନୁସନ୍ଧାନ ପ୍ରତି ଆଗ୍ରହ ରଖିବା ନିମନ୍ତେ ପ୍ରେରଣା ଦେଇଥିଲେ। ଶିକ୍ଷା ବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ସମ୍ପାଦକ କିରଣ କୁମାର ପାଢୀ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାନ୍ତ ବିଜ୍ଞାନ ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକ ବୃତ କଥନ କରିଥିଲେ। ଉତ୍ସବରେ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଧ୍ୟାପକ ଡ. ସତିଶ ପ୍ରସାଦ ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜ୍ଞାନର ଉନ୍ନତି ସହ ମାନବିକତା ବୃଦ୍ଧି ନିମନ୍ତେ ଶିଶୁଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷା ବିକାଶ ସମିତି ସଂଗଠନ ମନ୍ତ୍ରୀ ରମାକାନ୍ତ ମହାନ୍ତ ସ୍ୱଦେଶ ପ୍ରେମ ଏବଂ ମାନବିକତା ଉଜ୍ଜିବୀତ କରିବାକୁ ଶିଶୁଙ୍କୁ ପରାମର୍ଶ ଦେଇଥିଲେ l ଜ୍ଞାନବିଜ୍ଞାନ ମେଳାର ବିଜେତା ପ୍ରତିଯୋଗଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା l ପ୍ରାନ୍ତ ନିରିକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପ୍ରାଦେଶିକ ଜ୍ଞାନବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୨୧ ଓ ୨୨ ତାରିଖରେ ରାଇଗଞ୍ଜ, ଉତରବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା କ୍ଷେତ୍ରୀୟ ଜ୍ଞାନବିଜ୍ଞାନ ମେଳାରେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି l ବିଦ୍ୟାମନ୍ଦିର ବିଭାଗ ପ୍ରଧାନାଚାର୍ଯ୍ୟ ଏସ. ମୋହନ ରାଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଦସ୍ୟ, ଅନୁଷ୍ଠାନର ଗୁରୁଜୀ ଗୁରୁମା ଓ କର୍ମଚାରୀମାନେ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.