ବଲାଙ୍ଗୀର, ୧୨/୧୦: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ । ସୁରେଶ ଚନ୍ଦ୍ର ମେହେର ନାମକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟରେ ତାଙ୍କୁ ଧରିଛି ଭିଜିଲାନ୍ସ ।
ଲାଞ୍ଚୁଆ ବିଇଓଙ୍କୁ ଧରିଲା ବଲାଙ୍ଗୀର ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଛି ବଲାଙ୍ଗୀର ଭିଜିଲାନ୍ସ । ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ । ପାଟଣାଗଡ଼ ରାମପୁର ହାଇସ୍କୁଲ ସୁରେଶ ମେହେରଙ୍କ ଠାରୁ ୧୦ ହଜାର ଟଙ୍କା ନେଉଥିବା ସମୟରେ ଆଜି ତାଙ୍କ କାର୍ଯ୍ୟାଳୟରେ ଧରିଛି ଭିଜିଲାନ୍ସ । ତେବେ ସୁରେଶଙ୍କ କିଛି ରିପୋର୍ଟକୁ ଠିକ ଭାବରେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦେବାକୁ ନିବେଦନ କରିଥିଲେ। ଏଥିପାଇଁ ରାଘବ ସୁରେଶଙ୍କୁ ଟଙ୍କା ମାଗିଥିଲେ । ଏହା ପରେ ସୁରେଶ ଭିଜିଲାନ୍ସ ଦ୍ୱାରସ୍ଥ ହେବା ସହ ଆଜି ଟଙ୍କା ଦେବାକୁ ଯାଇଥିବା ସମୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଛକି ରହିଥିଲା ବଲାଙ୍ଗୀର ଭିଜିଲାନ୍ସ ଟିମ । ତାଙ୍କ ଠାରୁ କେମିକାଲ ଲଗାଯାଇଥିବା ୧୦ ହଜାର ଟଙ୍କା ଜବତ କରିଥିଲା। ଏନେଇ ତାଙ୍କ ରାଜେନ୍ଦ୍ର ପଡା ଘରେ ମଧ୍ୟ ଖୋଲତାଡ଼ କରୁଛି ଭିଜିଲାନ୍ସ ବିଭାଗ ।