ଜାତୀୟ ସ୍ତରକୁ ମୋନିନୀତ ସ୍କେଟରମାନଙ୍କୁ ସମ୍ଭର୍ଦ୍ଧନା ଦେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର : କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଦ୍ଵାରା କ୍ଷେତ୍ରୀୟ ସ୍ତରୀୟ ପ୍ରତିଯଗିତା ଗତ ଅଗଷ୍ଟ ମାସ 17 ତାରିଖରେ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିଲା ।

ଏହାକୁ ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସିପଲ୍ ବିଘ୍ନେଶ୍ୱର ପଟ୍ଟନାୟକ ଉଦଘାଟନ କରିଥିଲେ। ଅନ୍ୟ ଶିକ୍ଷକଙ୍କ ମଧ୍ୟରେ ନଳିନୀ ରଂଜନ ଦାସ,ପୃଥିବୀରାଜ୍ ମହାପାତ୍ର, ବିଘ୍ନରାଜ ପାଣିଗ୍ରାହୀ ଓ ହରିହର ବିଶ୍ଵାଳ ଉପସ୍ଥିତ ଥିଲେ। ଏଥିରେ ବ୍ରହ୍ମପୁର, ଛତ୍ରପୁର, ଗଜପତି, ନୟାଗଡ଼, ସମ୍ବଲପୁର ଓ ଭୁବନେଶ୍ବରର ଖେଳାଳୀ ମାନେ ଭାଗ ନେଇଥିଲେ। ବ୍ରହ୍ମପୁରର ମହାନଗର ନିଗମ ଦ୍ଵାରା ପରିଚାଳିତ The sports arena ଠାରେ ଅଭ୍ୟାସ ଜାରି ରଖିଥିବା ସ୍କେଟର ଅମନ୍ ଶର୍ମା ବାଳକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତନ୍ୱେଷା ସାହୁ ବାଳିକା ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରି, ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି।

ପ୍ରକାଶ ଥାଉକି, ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୧୭ ତାରିଖରୁ ୨୧ ତାରିଖ ଯାଏଁ ଦିଲ୍ଲୀ ଠାରେ କେବଳ ବାଳକ ବିଭାଗର ହେବାକୁ ଥିବାବେଳେ, ବାଳିକା ବିଭାଗ ପାଇଁ ଗ୍ବାଲିଅର୍ ଠାରେ ନଭମ୍ବର ୧ ଠାରୁ ୫ ଯାଏଁ ଅନୁଷ୍ଠିତ ହେବ।

ଏହି ଅବସର ରେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ନିଜ ବାସଭବନ ରେ ଖେଳାଳୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ମିଷ୍ଠାନ ଦେଇ ଭାବର ଆଦାନ ପ୍ରଦାନ କରିଥିଲେ ଓ କୃତକାର୍ଯ୍ୟ ହେବାପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସର ରେ ଖେଳାଳୀ ମାନଙ୍କ ପରିବାର ସଦସ୍ୟ, ଲାଞ୍ଜିଆ ପଞ୍ଚାୟତ ର ସମିତି ସଭ୍ୟ କାହୁଁ ଚରଣ ପାତ୍ର , ବିଭୁପ୍ରସାଦ ସାହୁ, ବଣ୍ଟି ସାହୁ, ଅସ୍ମିତା ମହାନ୍ତି କୋଚ୍ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.