କଣ୍ଟାବାଞ୍ଜି ଲଜ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଜବତ ଘଟଣା, SDPO ନିଲମ୍ୱିତ

କଣ୍ଟାବାଞ୍ଜି ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର ଘଟଣାରେ ପୁଣିଥରେ କାର୍ଯ୍ୟାନୁଷ୍ଠାନ । ନିଲମ୍ୱିତ ହେଲେ ଏସ୍‌ଡିପିଓ । ଜବତ ଟଙ୍କାର ହିସାବକୁ ନେଇ ବିବାଦ ଲାଗି ରହିଥିଲା । ଏହା ଉପରେ ତଦନ୍ତ କରି କଣ୍ଟାବାଞ୍ଜି ଏସଡିପିଓ ହୃଷୀକେଶ ମେହେରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହୃଶିକେଷଙ୍କୁ ଏସଡିପିଓ ପଦରୁ ହଟାଇ ଦିଆଯାଇଥିଲା । ତାଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଘଟଣାର ତଦନ୍ତ ଆହୁରି ବାକି ରହିଥିଲା । ଏଥିରେ ଅନ୍ୟ  ଯାହାର ସମ୍ପୃକ୍ତି ଥିବା ଜଣାପଡ଼ିଲେ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ । ଲଜ୍‌ରୁ ଇଟା ଭାଟି ମାଲିକଙ୍କ ଠାରୁ ୭୮ ଲକ୍ଷ ଟଙ୍କା ଜବତ କରି ୫୮ ଲକ୍ଷ ଟଙ୍କା ଜବତ କରିଥିବା ପୋଲିସ୍‌ କହିଥିଲା । ପ୍ରେସ୍‌ମିଟ୍‌ କରି ପୋଲିସ୍‌ ଏହି ଟଙ୍କା ଜୁଆ ଖେଳରୁ ଜବତ ହୋଇଥିବା ମିଥ୍ୟା ସୂଚନା ଦେଇଥିଲା ।

ସୂଚନା ଥାଉକି, ପୋଲିସ ୫୮ ଲକ୍ଷ ଟଙ୍କା ଜବତ କରିଥିବା ସାମ୍ବାଦିକ ସମ୍ବିଳନୀରେ କହିଥିବା ବେଳେ ପୁଣିଥରେ ଟଙ୍କା ଗଣତି କରିବା ତାହା ପୁଣି ଆଡିସିନାଲ ଏସପିଙ୍କ ନେତୃତ୍ୱରେ ଘଟଣାକୁ ସନ୍ଦେହ ସୃଷ୍ଟି କରିଥିଲା l ଶୁକ୍ରବାରଠୁ ପୁଣିଥରେ ଟଙ୍କା ଗଣତି କରିବା ସହ ବଲାଙ୍ଗୀର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା l

nis-ad
Leave A Reply

Your email address will not be published.