ଚିତା ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ବର : ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ଓ ଅନ୍ୟ ଉପଯୁକ୍ତ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଚିତା ପୁନର୍ବାସ ନିରୀକ୍ଷଣ କରିବା ପାଇଁ ‘ଚିତା ଟାସ୍କ ଫୋର୍ସ’ ଗଠନ କରିଛନ୍ତି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଚିତା ଟାସ୍କ ଫୋର୍ସର କାର୍ଯ୍ୟାବଳୀ ସୁଗମ କରିବା ସହ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବେ । ଏହି ଟାସ୍କ ଫୋର୍ସର ଅବଧି ଦୁଇ ବର୍ଷ ରହିବ। ଟାସ୍କ ଫୋର୍ସ ଦ୍ୱାରା ନିର୍ଦ୍ଧାରିତ ସମୟରେ ନିୟମିତ ଚିତା ପୁନର୍ବାସ ଅଞ୍ଚଳ ଗସ୍ତ କରିବା ପାଇଁ ଏକ ସବ୍‌କମିଟି ଗଠନ କରା ଯାଇପାରିବ।

ଚିତାଙ୍କ ମୂଳ ବାସସ୍ଥାନ ଓ ସେମାନଙ୍କ ଜୈବ ବିବିଧତା ସଂରକ୍ଷଣ ପାଇଁ ଚିତା ପୁନର୍ବାସନ ଏକ ପ୍ରୋଟୋଟାଇପ ତଥା ମଡେଲର ଅଂଶବିଶେଷ । ଏହା ଜୈବ ବିବିଧତାର ଅବକ୍ଷୟ ଓ ତ୍ୱରିତ କ୍ଷତି ରୋକିବାରେ ସାହାଯ୍ୟ କରିବ । ଏକ ପ୍ରମୁଖ ଶିକାରୀ ଜୀବର ପୁନର୍ବାସନ ଦ୍ୱାରା ଐତିହାସିକ ବିବର୍ତ୍ତନୀୟ ଭାରସାମ୍ୟ ପୁନଃ ସ୍ଥାପିତ ହୋଇ ପରିବେଶ ପ୍ରଣାଳୀର ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଭାବ ପକାଇବ । ଚିତାକୁ ଫେରାଇ ଆଣିବା ଦ୍ୱାରା ସେମାନଙ୍କ ସଂରକ୍ଷଣ ଉଦ୍ୟମ ବେଶ ପ୍ରଭାବିତ ହେବ । ଭାରତୀୟ ମୃଗ ଓ ସମ୍ବରଙ୍କ ମଧ୍ୟରେ ଦ୍ରୁତ ଗତି ଉପଯୋଜନ କରାଇବାରେ ଚିତା ବିବର୍ତ୍ତନୀୟ ପ୍ରାକୃତିକ ଚୟନ ଶକ୍ତି ଭାବେ କାମ କରିଥିଲା । ଚିତା ପୁନର୍ବାସନ ଦ୍ୱାରା କେବଳ ଏମାନଙ୍କ ଆଧାରକୁ ବଞ୍ଚାଇବାରେ ସକ୍ଷମ ହେବା ନାହିଁ ବରଂ ଚାରଣଭୂମି ବିଲୁପ୍ତ ପ୍ରାୟ ପ୍ରଜାତି ତଥା ଖୋଲା ବନ୍ୟ ପରିବେଶ ପ୍ରଣାଳୀକୁ ବଞ୍ଚାଇ ହେବ।

ଟାସ୍କ ଫୋର୍ସର ସଦସ୍ୟ ଭାବେ ପ୍ରମୁଖ ସଚିବ (ବନ), ମଧ୍ୟପ୍ରଦେଶ; ପ୍ରମୁଖ ସଚିବ (ପର୍ଯ୍ୟଟନ), ମଧ୍ୟପ୍ରଦେଶ; ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ଶକ୍ତି ମୁଖ୍ୟ, ମଧ୍ୟପ୍ରଦେଶ; ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ; ଆଲୋକ କୁମାର, ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟାପ୍ରାଣୀ ୱାର୍ଡେନ, ମଧ୍ୟପ୍ରଦେଶ; ଅମିତ ମଲ୍ଲିକ, ମହାନୀରିକ୍ଷକ, ଏନଟିସିଏ, ନୂଆଦିଲ୍ଲୀ; ବିଷ୍ଣୁ ପ୍ରିୟା, ବୈଜ୍ଞାନିକ, ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ, ଡେରାଡୁନ; ଅଭିଲାଷ ଖାଣ୍ଡେକର, ସଦସ୍ୟ, ଏମ୍‌ପି ଏସବିଡବ୍ଲୁଏଲ, ଭୋପାଳଙ୍କୁ ଚୟନ କରାଯାଇଛି। ଶୁଭୋରଞ୍ଜନ ସେନ, ଏପିସିସିଏଫ, ବନ୍ୟପ୍ରାଣୀ ସଦସ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବେ।

nis-ad
Leave A Reply

Your email address will not be published.