ଧାମନଗର ଉପନିର୍ବାଚନ ରାଜନୀତି: ଭଦ୍ରକରେ ସମୀର, ପୁରନ୍ଦେଶ୍ବରୀ, ଅପରାଜିତା

ଭଦ୍ରକ : ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ଦଳୀୟ ପ୍ରାର୍ଥୀ ହେବା ଆପାତତଃ ଚୂଡ଼ାନ୍ତ ବୋଲି କୁହାଯାଉଛି। ଆସନ୍ତା ଦିନେ, ଦୁଇଦିନ ମଧ୍ୟରେ ସୂରଜଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ବ‌ିଜେପିର ଉପରମହଲରୁ ସୂଚନା ମିଳିଛି।

ଉପନିର୍ବାଚନରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ବିଜେପି ଏବେଠାରୁ ଅଣ୍ଟା ଭିଡ଼ିଛି। ରାଜ୍ୟ ସଭାପତି ସମୀର ମହାନ୍ତି ଗୁରୁବାର ବିଳମ୍ବିତ ରାତି ଯାଏ ଦଳୀୟ ନେତା ଓ କର୍ମୀମାନଙ୍କ ସହ ରୁଦ୍ଧଦ୍ବାର ବୈଠକ କରିବା ପରେ ଶୁକ୍ରବାର ଦିନ ଧାମନଗର ନିର୍ବାଚନମଣ୍ଡଳୀର କିଛି ଅଞ୍ଚଳକୁ ଯାଇ କର୍ମୀଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ ବିଜେପିର ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ବରୀ ଶୁକ୍ରବାର ଅପରାହ୍ନରେ ଭଦ୍ରକର ଏକ ହୋଟେଲରେ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମତୀ ପୁରନ୍ଦେଶ୍ବରୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ମଧ୍ୟ ଭେଟି ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ସେହିପରି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଧାମନଗରର ବିଭିନ୍ନ ଅଞ୍ଚଳ ବୁଲି କର୍ମୀଙ୍କୁ ଭେଟିବା ସହ ଆରଡ଼ି ଯାଇ ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ। ପରେ ସେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଭଦ୍ରକ କୁଆଁଶସ୍ଥିତ ବାସଭବନକୁ ଯାଇ ସେଠାରେ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

nis-ad
Leave A Reply

Your email address will not be published.