ମାନବାଧିକାର କର୍ମୀଙ୍କ ସମେତ ଋଷ-ୟୁକ୍ରେନର ଏହି ଦୁଇ ସଂସ୍ଥାକୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା କରାଯାଇଛି। ଏଥର ବେଲାଋଷର ଜଣେ ମାନବାଧିକାର କର୍ମୀଙ୍କ ସହ ଋଷ ଓ ୟୁକ୍ରେନର ଦୁଇଟି ସଂସ୍ଥାକୁ ନୋବେଲ ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି |
‘ମେମୋରିଆଲ୍’ ନାମରେ ଋଷରେ ଥିବା ସଂଗଠନ ସହ ଏବଂ ‘ୟୁକ୍ରେନ୍ ସେଣ୍ଟର ଫର୍ ସିଭିଲ୍ ଲିବର୍ଟିସ୍’ ସଂଗଠନକୁ ନୋବେଲ ପୁରସ୍କାର ଦିଆଯିବ । ସେହିପରି ବେଲାଋଷର ମାନବାଧିକାର କର୍ମୀ ଏଲଏସ ବିଆଲିୟାତାତ୍ସକିଙ୍କୁ ମଧ୍ୟ ଚଳିତବର୍ଷର ନୋବେଲ ପୁରସ୍କାର ମିଳିବ | ଗତ ବର୍ଷ ଋଷର ଦିମିତ୍ରୀ ମୁରାଟୋଭ ଏବଂ ଫିଲିପାଇନ୍ସର ମାରିଆ ରେସା ନାମକ ଦୁଇ ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଗଣତନ୍ତ୍ର ଏବଂ ଶାନ୍ତିର ରକ୍ଷା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

nis-ad
Leave A Reply

Your email address will not be published.