ଗଛଶାଖା ଭାଙ୍ଗି ଗୌଡିଆବୋରଦା-ଗାନ୍ଧୀଗ୍ରାମ ରାସ୍ତା ଅବରୋଧ

ବୁଗୁଡ଼ା : ବୁଗୁଡ଼ା ବ୍ଲକର ଗୌଡିଆବୋରଦା ଗ୍ରାମରୁ ଗାନ୍ଧୀଗ୍ରାମ ଅଭିମୁଖେ ଯାଇଥିବା ରାସ୍ତା ଉପରେ ପଡିଥିବା ଏକ ଆମ୍ବ ଗଛର ବଡ ଶାଖାକୁ ଦମକଳବାହିନୀ ହଟାଇଥିବା ଜଣାପଡିଛି । ପ୍ରକାଶ ଯେ , ଆଜି ଅପରାହ୍ନରେ ଲଗାଣ ବର୍ଷା କାଳରେ ଗୌଡିଆବୋରଦା-ଗାନ୍ଧୀଗ୍ରାମ ରାସ୍ତା କଡରେ ଥିବା ଏକ ଆମ୍ବ ଗଛର ବଡ ଶାଖାଟିଏ ଭାଙ୍ଗି ଯାଇ ରାସ୍ତା ଉପରେ ପଡିଯିବା ଫଳରେ ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିଲା । ଖବର ପାଇ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ କସରତ କରି ତାହାକୁ କାଟି ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବଭାବିକ ହୋଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.