ଭୁସ୍ଖଳନ ଘଟଣାରେ ପ୍ରଶାସନଙ୍କ ପ୍ରୟାସରୁ ସ୍ଥାନାନ୍ତରିତ ହେଲେ ଗ୍ରାମବାସୀ

ଦାରିଙ୍ଗବାଡି (୬/୧୦) : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦର ଗ୍ରାମ ନିକଟରେ ଥିବା ପାହାଡ ଭୁସ୍ଖଳନ ଘଟଣାରେ ଲଘୁଚାପ ଜନିତ ବର୍ଷା ପାଇଁ ସମ୍ପୂର୍ଣ୍ଣ ଗ୍ରାମବାସୀଙ୍କୁ ସ୍ଥାନାନ୍ତରିତ କରାଯାଇଛି । କୁମ୍ଭାରିପଦର ଗ୍ରାମବାସୀଙ୍କୁ ନିଜ ଗ୍ରାମରୁ ତାମାଙ୍ଗି ଠାରେ ରହିଥିବା ସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ଗ୍ରାମର ପ୍ରାୟ ୪୦୦ ରୁ ଉର୍ଦ୍ଧ ଲୋକଙ୍କୁ ବିଦ୍ୟାଳୟକୁ ନିଆଯାଇ ସୁରକ୍ଷିତ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ପକ୍ଷରୁ ବିଦ୍ୟାଳୟ ପରିସରରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବୁଧବାର ବିଡିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର ଭବେଶ ମାଝୀ, ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖଙ୍କ ସହଯୋଗରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । କୁମ୍ଭାରୀପଦର ପାଖ ପାହାଡ଼ ଏବେ ସମ୍ପୂର୍ଣ ବିପଦପୂର୍ଣ୍ଣ ରହିଥିବାରୁ ପ୍ରଶାସନ ଆଜି ଏଭଳି ପଦକ୍ଷେପ ଗ୍ରହଣ କରିଛି ।
ସୂଚନାଯୋଗ୍ୟ, ଗତ ଦିନ ମାନଙ୍କରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୁମ୍ଭାରୀପଦର ଗ୍ରାମ ନିକଟରେ ଥିବା ପାହାଡ଼ ଲଗାତାର ଦୁଇଥର ଭୁସ୍ଖଳନ ହୋଇଥିଲା । ଏହାପୂର୍ବରୁ ତିତିଲି ସମୟରେ ମଧ୍ୟ ଏଭଳି ଭୁସ୍ଖଳନ ହୋଇଥିବା ଗ୍ରାମବାସୀ କହିଥିଲେ । ଏହି କିଛି ଦିନ ପୂର୍ବରୁ ଭୁସ୍ଖଳନ ହୋଇଥିବା ଯୋଗୁଁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉକ୍ତ ସ୍ଥାନକୁ ବିଡ଼ିଓ ଗଦାଧର ପାତ୍ର,ତହସିଲଦାର ଡଃ ଅଶୋକ କୁମାର ଦାସ, ଅତିରିକ୍ତ ତହସିଲଦାର ଭବେଶ ମାଝୀ ବାରମ୍ବାର ଗସ୍ତ କରି ଘଟଣାର ଅନୁଧ୍ୟାନ କରୁଥିଲେ । ଗୁରବାର ଦିନ ମଧ୍ୟ ବିଡ଼ିଓ, ତହସିଲଦାର ସମେତ ଫୁଲବାଣୀରୁ ଏକ ଟିମ କୁମ୍ଭାରୀପଦର ଗ୍ରାମରେ ପହଂଚି ଭୁସ୍ଖଲନ ସ୍ଥାନର ଅନୁଧ୍ୟାନ କରିଥିଲେ।

nis-ad
Leave A Reply

Your email address will not be published.