ଜିଲ୍ଲାପାଳ ଙ୍କୁ ଭେଟିଲେ ଟ୍ରାକଟର ମାଲିକ ସଂଘ

ଦାରିଙ୍ଗବାଡ଼ି (୬/୧୦) : ଦାରିଙ୍ଗବାଡ଼ି ତହସିଲ ଅଂଚଳରେ କୌଣସି ବାଲି ଓ ପଥର ଖାଦାନ ନାହିଁ । ସରକାରୀ ଯୋଜନାରେ କିମ୍ବା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆବଶ୍ୟକ ସାମଗ୍ରୀ ବାଲି,ପଥର,ଗୋଡ଼ି,ଇଟା ଟ୍ରାକଟର ମାଧ୍ୟମରେରେ ପରିବହନ କରାଯାଏ । କେତେବେଳେ ପଥରର ଆବଶ୍ୟକ ପଡେ ତ ଆଉ କେତେବେଳେ ବାଲି,ଗୋଡ଼ି । ଖାଦାନ ନଥିବା ଯୋଗୁଁ ଟ୍ରାକଟର ମାଲିକ ମାନେ ମାସକୁ ତହସିଲ ଅଫିସରେ ଜଣେ ଜଣେ ମାଲିକ ୨ ହଜାର ଲେଖାଏଁ ଖଜଣା ଜମା କରି ବାଲି,ପଥର,ଗୋଡ଼ି ବ୍ୟବସାୟ କରି ଆସୁଥିଲେ। ହେଲେ ବର୍ତମାନ ତହସିଲଦାର ଡ଼ଃ ଅଶୋକ କୁମାର ଦାସ ଖଜଣା ଗ୍ରହଣ ନକରି ପଥର,ବାଲି,ଗୋଡ଼ି,ଇଟା ବୁହା ଗାଡି ଗୁଡିକୁ ୨୦ ହଜାର ରୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରୁଛନ୍ତି । ଯାହା ଦ୍ୱାରା ସ୍ଥାନୀୟ ଟ୍ରାକଟର ମାଲିକ ମାନେ ବହୁ କ୍ଷତି ସହୁଛନ୍ତି । ଏନେଇ ଟ୍ରାକଟର ମାଲିକ ମାନେ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଏହାର ସମାଧାନ ନିମନ୍ତେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକରେ ୨୫ ଗୋଟି ପଞ୍ଚାୟତ ରହିଥିବା ବେଳେ ପ୍ରତ୍ୟକ ଦିନ ବ୍ୟକ୍ତିଗତ ଓ ସରକାରୀ ଯୋଜନାର ବିଭିନ୍ନ କାର୍ଯ୍ୟ ହୋଇଆସୁଛି । ଯଦି ଏଭଳି ପଥର,ବାଲି, ଗୋଡ଼ି ଗାଡି ଉପରେ ଜରିମାନା ପକାଯାଏ ତାହାଲେ ଆଗାମୀ ଦିନରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଅଂଚଳବାସୀ ମତପ୍ରକାଶ କରିଛନ୍ତି । ଏଣୁ ସ୍ଥାନୀୟ ତହସିଲଦାର ଏହାର ଏକ ସମାଧାନ କରି ବାଲି,ପଥର,ଗୋଡ଼ି ପାଇଁ ସରକାରୀ ଧାର୍ଯ୍ୟର ଖଜଣା ନେଇ ଅନୁମତି ଦେବା ନିମନ୍ତେ ଦାବି ହୋଇଛି । ଜିଲ୍ଲାପାଳଙ୍କୁ ଅଭିଯୋଗ ଦେବା ସମୟରେ ଟ୍ରାକଟର ମାଲିକ ପ୍ରଦୀପ ନାୟକ,ରବୀନ୍ଦ୍ର ପ୍ରଧାନ,ପ୍ରଦୀପ ପ୍ରଧାନ,ଅମିତ ନାୟକ ସମେତ ଏକାଧିକ ମାଲିକ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.