ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣା: ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ

ବରଗଡ଼ ୦୬/୧୦: ଭଟଲି ବଂଶୀଧର ବଣିଆ ହତ୍ୟା ଘଟଣାରେ ଜଣେ ଯୁବକ ଗିରଫ। ଗିରଫ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକଙ୍କ ପରିଚୟ ଦୟାସାଗର ବନଛୋର ଓରଫ ଭକଲୋ  ବୋଲି ଜଣାପଡ଼ିଛି। ଏନେଇ ବରଗଡ଼ ଏସଡିପିଓ ଅମୃତ କୁମାର ପଣ୍ଡା  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।  ଅକ୍ଟୋବର ୩ ତାରିଖ ସୋମବାର ରାତିରେ ଭଟଲି-କୁଇଶିରା ରାସ୍ତାରେ ରହୁଥିବା ଜଣେ ୭୬ ବର୍ଷୀୟ ବୃଦ୍ଧ ବଂଶୀଧର ବଣିଆଙ୍କୁ  ଦୁର୍ବୃକତ୍ତମାନେ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

 ବଂଶୀଧରଙ୍କ ସାନପୁଅ ଗିରିଶ ତାଙ୍କ ବାପାଙ୍କ ପାଇଁ ଖାଦ୍ୟ ନେଇ ଯାଇଥିଲେ । ଏହି ସମୟରେ ତାଙ୍କ ବାପା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ବଡ଼ପୁଅ ରାମକୃଷ୍ଣଙ୍କ ଅଭିଯୋଗରେ ଭଟଲି ପୋଲିସ  ଅଭିଯୋଗନମ୍ବର ୧୩ ମୂଳେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ତଦନ୍ତ କରିଥିଲା। ଏହି ଘଟଣାରେ ସମ୍ପୃକ୍ତି ଥିବାରୁ ପୋଲିସ ଗୁରୁବାର ଦୟସାଗରକୁ ଗିରଫ କରିଛି। ଅନ୍ୟପଟେ ପୋଲିସ ଘଟଣାସ୍ଥଳରୁ ଗୋଟିଏ ସ୍କୃ ଡ୍ରାଇଭର, ଭଙ୍ଗା ଇଟା ଜବତ କରିଥିବା ବେଳେ ପାଖରେ ଥିବା ବୁଦାରୁ ରକ୍ତ ଲଗା ଗାମୁଛା ଜବତ କରିଥିଲା।

nis-ad
Leave A Reply

Your email address will not be published.