ଦୁର୍ଗାପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ, ଜଣେ ମୃତ

ସୋର, ୦୬/୧୦: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରଡାଙ୍ଗ ନାକପଦା ଗ୍ରାମରେ ଦୁର୍ଗା ପୂଜା ଭୋଜି ଖାଇ ୧୨ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାମୁଁଘର ନାକପଦାକୁ ବୁଲିବାକୁ ଆସିଥିବା ଗନ୍ଧାଳି ଗ୍ରାମର ଲକ୍ଷ୍ମୀ ମଥାନଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କୁ ଚିକିତ୍ସାପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ସୋମବାର ଗ୍ରାମର ମଦନ ମୋହନ ବେହେରା ଓ ଶଙ୍କର୍ଷଣ ବେହେରାଙ୍କ ଘରେ ଭୋଜି ହୋଇଥିଲା । ଲୋକେ ଖାଇବା ପରଠାରୁ ଝାଡାବାନ୍ତି ଆରମ୍ଭ ହୋଇଥିଲା । ବୁଧବାର ୬ଜଣଙ୍କୁ ଚିକିତ୍ସାପାଇଁ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ କଟକ ନିଆଯାଇଥିବା ବେଳେ ସେଠାରେ ସେ ଆଖିବୁଜିଥିଲେ । ଗୁରୁବାର ଅନ୍ୟ ୫ଜଣଙ୍କୁ ଚିକିତ୍ସାପାଇଁ ଖଇରା ମେଡିକାଲ ନିଆଯାଇଛି । ଗ୍ରାମରେ ଅସ୍ବାସ୍ଥ୍ୟକର ପରିବେଶ ଓ ଦୂଷିତ ଜଳ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

nis-ad
Leave A Reply

Your email address will not be published.