ହାଇୱା ଧକ୍କାରେ ଯୁବତୀ ମୃତ, ରାସ୍ତା ବନ୍ଦ କଲେ ଗ୍ରାମବାସୀ

ଚାନ୍ଦବାଲି, ୦୬/୧୦: ଧାମରା ବନ୍ଦର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ସିଲେଇ ଶିକ୍ଷା ସାରି ଘରକୁ ଫେରୁଥିବା ବେଳେ ଧାମରା ବନ୍ଦରକୁ ଯାଉଥିବା ଏକ ହାଇୱା ସମ୍ପୃକ୍ତ ଯୁବତୀଙ୍କୁ ଧକ୍କା ଦେଇଥିଲା l ଫଳରେ ଯୁବତୀଙ୍କର ଘଟଣାସ୍ଥଳରେ ଅନ୍ତଃ ବୁଜୁଳା ବାହାରି ପଡ଼ିଥିଲା । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧାମରା ଡାକ୍ତରଖାନା ପରେ ବାସୁଦେବପୁର ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ଖବର ପାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଧାମରା ବାସୁଦେବପୁର ରାସ୍ତା (ଡିଆଇ)କୁ ବନ୍ଦ କରି ରଖିଛନ୍ତି । ମୃତ ଯୁବତୀ ଜଣକ ସ୍ଥାନୀୟ ଓରାମାଳ ଗ୍ରାମର ରାଧିକା ମଣ୍ଡକ ବୋଲି ଜଣାପଡିଛି l

nis-ad
Leave A Reply

Your email address will not be published.