୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା

ଚଣ୍ଡିଖୋଲ, ୦୬।୧୦ : ଦିନକୁ ଦିନ ଯୌତୁକ ଜନିତ ଆତ୍ମହତ୍ୟା ଥମିବାର ନାଁ ନେଉନାହିଁ । ଯୌତୁକ ପାଇଁ ପୁଣି ଜଣେ ନବବଧୂର ଜୀବନ ଯାଇଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ । ୩ ମାସର ବୋହୂ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବାପଘର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ନବବଧୂ ମିର୍ଜାପୁର ଗ୍ରାମର ପ୍ରଫୁଲ ସାହୁଙ୍କ ପତ୍ନୀ କବିତା ବୋଲି ଜଣାପଡିଛି । ବାପଘର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ କବିତାଙ୍କର ୭ ଜୁଲାଇ ୨୦୨୨ ମସିହାରେ ବୈଦିକ ରୀତିରେ ବିବାହ ହୋଇଥିଲା । ପ୍ରଫୁଲ ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ କେବଳ ଘରେ ଶାଶୂ-ବୋହୂ ଦୁହେଁ ରହୁଥିଲେ । ସ୍ୱାମୀ ଏବେ ବେଙ୍ଗାଲୁରୁରେ ଥିବା ବେଳେ କବିତାର ଏଭଳି ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.