ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା

ମାହାଙ୍ଗା,୦୬।୧୦ : ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସାହାସପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସର୍ବେଶ୍ଵର ବେହେରାଙ୍କ ଝିଅ କଣ୍ଢେଇ ବେହେରା ଘରେ କେହି ନଥିବା ବେଳେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇ ଦେଇଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସର ତଦନ୍ତ ଚାଲୁ ରହିଛି ।

nis-ad
Leave A Reply

Your email address will not be published.