ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର

ମାହାଙ୍ଗା,୦୬।୧୦ : ଫାଷ୍ଟ ଫୁଡ୍‌ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର । ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନର ମାଲିକ ପ୍ରଶାନ୍ତ ବେହେରାଙ୍କ ମୃତଦେହ ଦୋକାନ ଭିତରୁ ଉଦ୍ଧାର ହୋଇଛି । ପ୍ରତିଦିନ ଭଳି ପ୍ରଶାନ୍ତ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରି ଦୋକାନ ଭିତରେ ଶୋଇବାକୁ ଯାଇଥିଲେ । ସକାଳୁ ଘରକୁ ଫେରିବାକୁ ବିଳମ୍ବ ହେବାରୁ ବାପା କୁଳମଣି ବେହେରା ଦୋକାନକୁ ଆସି କବାଟ ବାଡ଼େବା ପରେ କେହି ଖୋଲି ନଥିଲେ । ଫଳରେ ବଜାରରେ ଥିବା କିଛି ଲୋକ ଓ ପ୍ରଶାନ୍ତଙ୍କ ବାପା ଦୋକାନ ପଛ ପଟ କବାଟ ଭାଙ୍ଗିଥିଲେ । ପ୍ରଶାନ୍ତ ମୃତ ଅବସ୍ଥାରେ ପଡ଼ିଥିବା ସମସ୍ତେ ଦେଖିବାକୁ ପାଇଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।

nis-ad
Leave A Reply

Your email address will not be published.