ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା, ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀନାଶିନୀ

ଭୁବନେଶ୍ୱର ୦୫।୧୦ : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା। ରାଜଧାନୀ ସମେତ ରାଜ୍ୟର ସମସ୍ତ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀ ନାଶିନୀ । ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ସୌନ୍ଦର୍ଯ୍ୟମୟୀ ମା’ଙ୍କମୂର୍ତ୍ତି ଦେଖି ଭକ୍ତ ବିଭୋର ହୋଇଉଠିଛି । ଦେଖିଲେ ଲାଗୁଛି ସତେ ଯେମିତି ଧରାପୃଷ୍ଠକୁ ଆସିଥିବା ମହାମାୟ ମା ଦୁର୍ଗା ଅଜାଡ଼ି ଦେଉଛନ୍ତି ଶୁଭାଶିଷ।

ତେବେ ବିଜୟା ଦଶମୀ ଉପଲକ୍ଷେ ଆଜି ମାଆଙ୍କ ନିକଟରେ ସିନ୍ଦୂର ଖେଳ ହୁଏ । ମହିଳାମାନେ ସିନ୍ଦୁର ଲଗାଇ ମାଆଙ୍କୁ ବିଦାୟ ଦେଇଥାନ୍ତି । ବିଶ୍ବାସ ରହିଛି ସିନ୍ଦୂର ଲଗାଇ ମାଆଙ୍କ ଆଶିଷ ଭିକ୍ଷା କଲେ ଜଣେ ନାରୀ ସଦାସର୍ବଦା ସଧବା ରହିଥାଏ । ସେପଟେ ଆଜି ଅନେକ ସ୍ଥାନରେ ରାବଣପୋଡି ଉତ୍ସବ ପାଳନ ହେବ । ଅ ସତ୍ୟ ଉପରେ ସତ୍ୟର ଜୟ , ଅଧର୍ମ ଉପରେ ଧର୍ମର ଜୟ ସ୍ବରୁପ ରାବଣପୋଡି ପାଳନ କରାଯାଏ । କିନ୍ତୁ ଲଘୁଚାପ ବର୍ଷାରେ ପୂଜା ମାହୋଲ ଫିକା ପଡିଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.