ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଆହତ,

ଉମରକୋଟ : ଉମରକୋଟ ବ୍ଲକ, ବୁର୍ଜା ପଞ୍ଚଯାତ ଅନ୍ତର୍ଗତ ସିରଲିଗୁଡା ଗ୍ରାମର ଘେନୁ ଗଣ୍ଡ, ପରିବାର ସଙ୍ଗେ କାଠ ସଂଗ୍ରହ ପାଇଁ ଲକ୍ଟିପାଖନା ଜଙ୍ଗଲ ଯାଇଥିଲେ | ସେଠାରେ ଗତକାଲି ଉପରବେଳା ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲେ | ବଡ ଭାଲୁ ଦୁଇଟା ସାଙ୍ଗରେ ଛୁଆ ଦୁଇଟା ଥିଲା | ଭାଲୁ ଆକ୍ରମଣରେ ଘଟନାସ୍ଥଳରେ ଘେନୁ ଗଣ୍ଡ ମୃତୁବରଣ କରିଥିଲେ | ପୁଅ ଆହତ ହୋଇ ଅଳ୍ପକେ ବର୍ତ୍ତିଯାଇଅଛି | ଫରେଷ୍ଟ ବିଭାଗ ଏବଂ ପୋଲିସ ବିଭାଗ ଖବର ପାଇଁ ତୁରନ୍ତ ଘଟଣା ସ୍ଥଳରେ ପହଂଚି ପରିବାରକୁ ଡାକ୍ତରଖାନା ଆଣିଥିଲେ | ବାକି ସମସ୍ତେ ସୁସ୍ଥ ଥିବାବେଳେ ମୃତ ବାପାଙ୍କ ମୃତଦେହର ପୋଷ୍ଟ ମାର୍ଟମ କରି ପରିବାରଙ୍କୁ ଶବ ହସ୍ତାନ୍ତର କରାଯାଇଛି | ଫରେଷ୍ଟ ବିଭାଗ ଦ୍ୱାରା 5000 ଟଙ୍କା ଶବ ଦାହ ଲାଗି ପରିବାରଙ୍କୁ ଦିଆଯାଇଥିଲା | ଏହି ଘଟଣାକୁ କେନ୍ଦ୍ର କରି ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଅଛି | ପ୍ରଶାସନ ବିଭାଗ ଏ ଦିଗରେ ନଜର ରଖିବାକୁ ବୁଦ୍ଧି ଜୀବୀମାନେ ଅନୁରୋଧ କରିଛିନ୍ତି |

nis-ad
Leave A Reply

Your email address will not be published.