ଜୁଆ ଆଡ୍ଡା ଉପରେ ବଡ଼ ବଜାର ପୁଲିସର ଚଢ଼ାଉ : ୮,ଜଣ ଜୁଆଡ଼ି ଗିରଫ..

ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ଏହାର ଉପକଣ୍ଠଅଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର । କେତେକ ସ୍ଥାନରେ ମଜାମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ ଲାଗୁଥିବା ଦେଖିବାକୁ ମିଳିଛି। ପୁଲିସ ମଧ୍ୟ ଏହି ବେଆଇନ ଜୁଆଖେଳ ରୋକିବାକୁ ବିଭିନ୍ନ ପ୍ରକାରର ଉଦ୍ୟମ ଜାରି ରଖୁଛି ।କିଛି ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ସକ୍ଷମ ହୋଇଥିବା ବେଳେ ଆଉ କିଛି ଜାଗା ରେ ସକ୍ଷମ ହେବା କଷ୍ଟ ହେଉଥିବା ଦେଖିବାକୁ ମିଳିଛି l ବିଶେଷ କରି ପାର୍ବଣଋତୁ ବା ଦଶହରା ଆସିଲେ ବୁଗୁଡ଼ା ଅଞ୍ଚଳ ହୁଏ ଚଳଚଞ୍ଚଳ । ବଡ଼ବଜାର ଥାନା ଅନ୍ତର୍ଗତ କାଶୀ ନଗର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୮ଜୁଆଡ଼ିଙ୍କୁ କାବୁ କରି ସେମାନଙ୍କ

ନିକଟରୁ ନଗଦ ୧୮ହଜାର ସହ ୭ଟି ମୋବାଇଲ ଜବତ କରିଛି ବଡ଼ ବଜାର ଥାନା ପୁଲିସ । ସୂଚନା ଥାଉ କି ବର୍ତ୍ତମାନ ସହରର ବିଭିନ୍ନ ସ୍ଥାନରେ ଚାଲେ ଜୁଆଖେଳର ଆସର । ମା’ ଦୁର୍ଗାଙ୍କ ଆଗମନ କିମ୍ବା କୁମାର ପୂର୍ଣ୍ଣିମା ଉତ୍ସବକୁ ନେଇ ଲୋକମାନେ ଯେତିକି ଉତ୍ସାହିତ ହୋଇଥାନ୍ତି, ସାଙ୍ଗସାଥୀ ଓ ପରିବାର ଲୋକଙ୍କ ମଧ୍ୟରେ ତାସ ଖେଳିବା ପାଇଁ ମଧ୍ୟ ତା’ଠାରୁ ଢେର ଅଧିକ ଉତ୍ସାହିତ ହୋଇ ପଡ଼ିଥାନ୍ତି। କାଳକ୍ରମେ ଏହି ତାସଖେଳ କିଛି ଲୋକଙ୍କ ପାଇଁ ଜୁଆଖେଳର ପରମ୍ପରାରେ ପରିଣତ ହୋଇ ନିଶା ପାଲଟି ଯାଇଥବା ଦେଖିବାକୁ ମିଳୁଛି । ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଆୟ କରିବା ପାଇଁ କିଛି ବ୍ୟକ୍ତି ବିଶେଷ ଜୁଆଖେଳ ପ୍ରତି ଆସକ୍ତ ହୋଇ ପଡୁଛନ୍ତି । ଏହାକୁ ନେଇ ଭୟଙ୍କର ପାରିବାରିକ କଳହର ସୂତ୍ରପାତ ହେଉଥିବା ବେଳେ ଅନ୍ୟକିଛି ବ୍ୟକ୍ତି ଆତ୍ମହତ୍ୟା କରୁଥିବା ମଧ୍ୟ ନଜିର ରହିଛି। କେବଳ ଯେ ଦଶହରା ବା କୁମାର ପୂର୍ଣ୍ଣିମା ନୁହେଁ ବର୍ଷର ପ୍ରାୟ ସବୁ ସମୟରେ ସହରର ବିଭିନ୍ନ ସ୍ଥାନରେ ଜୁଆଖେଳ ଚାଲୁଥିବାର ନଜିର ରହିଛି। ଆଶ୍ୱିନ ମାସ ଆରମ୍ଭରୁ ହିଁ ବ୍ରହ୍ମପୁରପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନାର କିଛି ଅଞ୍ଚଳରେ ପୁଲିସ ପକ୍ଷରୁ ଚଢାଉ କରାଯାଇ ପୁଳାପୁଳା ଟଙ୍କା ଜବତ ସହ ବହୁ ଜୁଆଡ଼ିଙ୍କୁ କାବୁ କରିଥିବା ଦେଖିବାକୁ ମିଳିଛି । ଭଦ୍ରମୁଖା ତଳେ ରହିଥିବା କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଜୁଆଖେଳ ଆୟୋଜନ କରୁଥିବା ଜଣାପଡ଼ିଛି । ପରିତ୍ୟକ୍ତ ସ୍ଥାନରେ, ନିଛାଟିଆ ଘର ମଧ୍ୟରେ, ଗାଁ ନିକଟ ତୋଟା କିମ୍ବା ଜଙ୍ଗଲ ମଧ୍ୟରେ ଜୁଆଖେଳ ଜମୁଥିବାର ଦେଖିବାକୁ ମିଳୁଛି। ତେବେ ବଡ଼ ବଜାର ଥାନା ଅଧିକାରୀ ନିଜେ ଏକ ଟିମ ଗଠନ କରି କାଶୀ ନଗର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୮ଜଣ ଜୁଆଡ଼ିଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ଏସ୍ ଆଇ ରଞ୍ଜିତ କୁମାର ଦାଶଙ୍କ ସମେତ ଥାନାର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।ସମସ୍ତ ଅଟକ ଜୁଆଡ଼ିମାନେ ଡ୍ରାଇଭର କାମ କରୁଥିବା ଜଣାପଡିଛି । ଅଟକ ଯୁବକମାନେ କାଶୀ ନଗର, ଡୁଡୁମା କଲୋନୀ ,ଫୁଲ ସୁନ୍ଦରୀ ସାହି, ଓମ୍ ନଗର, ରଘୁପତି ନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ସାଧା ପୋଷାକଧାରୀ ପୁଲିସକୁ ନିୟୋଜିତ କରାଯାଇ ଜୁଆଡ଼ି ଓ ଜୁଆଆଡ୍ଡା ଉପରେ ତୀକ୍ଷଣ ନଜର ରଖିଛି ବ୍ରହ୍ମପୁର ପୁଲିସ ।

nis-ad
Leave A Reply

Your email address will not be published.