ଧାମନଗର ଉପନିର୍ବାଚନ: କଂଗ୍ରେସ ଗଢ଼ିଲା କମିଟି

ଭୁବନେଶ୍ୱର: ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟଗ୍ରହଣ ହେବା ନେଇ ନିର୍ବାଚନ କମିଶନଙ୍କ ଦ୍ୱାରା ତାରିଖ ଘୋଷଣା ହେବାପରେ ରାଜ୍ୟରେ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁର ମାତ୍ର ୨୧ଦିନ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବା ରାଜନୀତିକ ଦଳଗୁଡ଼ିକର ଚିନ୍ତା ବଢ଼ାଇ ଦେଇଥିବାବେଳେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ନିମନ୍ତେ ଏକ କମିଟି ଗଠନ ହୋଇଛି । ଅନ୍ୟପକ୍ଷରେ ଧାମନଗର ଆସନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀ ପ୍ରାୟତଃ ଚୂଡ଼ାନ୍ତ କରି ସାରିଥିବାବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ଥିବା ଉଭୟ ଦଳ ସୂତ୍ରରୁ ସୂଚନା ମିଳିଛି ।

ଏପଟେ କଂଗ୍ରେସ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ଜଗନ୍ନାଥ ପଟ୍ଟନାୟକ ଓ ଶରତ ରାଉତଙ୍କ ଭଳି ଦଳର ହେଭିୱେଟ୍ ନେତାଙ୍କ ଉପରେ ପ୍ରାର୍ଥୀ ଚୟନ ଦାୟିତ୍ୱ ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ ଦଳକୁ ଏକଜୁଟ କରି ରଖିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କମିଟି ଖୁବଶୀଘ୍ର ଧାମନଗର ଗସ୍ତ କରି ସ୍ଥାନୀୟ ନେତୃବୃନ୍ଦ, ଜିଲ୍ଲା କଂଗ୍ରେସର ବିଭିନ୍ନ ସଂଗଠନ ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କ ନାଁ ୮ତାରିଖ ସୁଦ୍ଧା ପିସିସିକୁ ପ୍ରଦାନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

nis-ad
Leave A Reply

Your email address will not be published.