ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବସ୍ ଚଳାଚଳ ବାଧାପ୍ରାପ୍ତ। ଜିଲ୍ଲା ବସ୍ ସିଣ୍ଡିକେଟ ପକ୍ଷରୁ ଆଜି ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି। ଗତ ୨ବର୍ଷ ଧରି ଲାଗି ରହିଥିବା ବିବାଦ ଉଗ୍ରଗୂପ ନେଇଛି। ବିଭିନ୍ନ ସମୟରେ ବନ୍ତ ଛକ ବସ୍‌ ଷ୍ଟାଣ୍ଡ ଅଞ୍ଚଳରେ କିଛି ଅସାମାଜିକ ଲୋକ ଦୌରାତ୍ମ ଚଳାଇଥିଲେ। ଗତକାଲି ବସ୍ ସିଣ୍ଡିକେଟର ଗୋଟିଏ ଗୋଷ୍ଠୀର ବସ ମାଲିକଙ୍କ ସହଯୋଗୀ ଅନ୍ୟ ଗୋଷ୍ଠୀର ଦୁଇଟି ବସକୁ ବନ୍ତ ଛକ ଠାରେ ଅଟକାଇ ଯାତ୍ରୀଙ୍କୁ ଓହ୍ଲାଇ ଦେଇଥିଲେ। ପ୍ରତିବାଦରେ ସୋରରେ ୧୬ଟି ବସ୍‌କୁ ସେଠାକାର ବସ ସିଣ୍ଡିକେଟ ସଦସ୍ୟ ଅଟକାଇ ଦେଲେ । ଦୀର୍ଘ ୫ ଘଣ୍ଟା ଧରି ବସ ସବୁ ସେଠାରେ ଅଟକି ରହିବା ସହିତ ଯାତ୍ରୀ ମାନଙ୍କୁ ଓହ୍ଲାଇ ଦିଆଯାଇଥିଲା।

ପରେ ବସରୁ ବଟି ଆଦାୟ ସହ ଡ୍ରାଇଭର, ହେଲପରଙ୍କୁ ବିଭିନ୍ନ ସମୟରେ ଆକ୍ରମଣ ନେଇ ବସ ସିଣ୍ଡିକେଟର ଗୋଟିଏ ଗୋଷ୍ଠୀ ଗତକାଲି ଭଦ୍ରକ ଟାଉନ ଥାନା ରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ବସମାଲିକ ମାନେ ନିଜର ବସ ଚଳାଚଳକୁ ବନ୍ଦ ରଖିଛନ୍ତି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ସ୍ଥିତି ସ୍ୱାଭାବିକ କରିବାକୁ ପୋଲିସ ବସ ମାଲିକଙ୍କ ସହ ଆଲୋଚନା ଚଳାଇଛି।

nis-ad
Leave A Reply

Your email address will not be published.