କାକଟପୁରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ । ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା ।। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ଭିତରେ କାକଟପୁରରେ ସର୍ବାଧିକ ହୋଇଛି। କାକଟପୁରରେ ସର୍ବାଧିକ ୧୬୦ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ପୁରୀ ଜିଲ୍ଲାର ଅସ୍ତରଙ୍ଗ ରେ୧୪୪, ଗୋପରେ ୧୦୫.୨ ମିମି ବର୍ଷା ହୋଇଛି। ଏଣେ ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୧୪୦, ନୂଆଗାଁରେ ୧୩୨, କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୧୨୦, ଆଳିରେ ୮୮ ଓ ରାଜକନିକାରେ ୭୧, ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୭୩ ଏବଂ ଜଳେଶ୍ୱରରେ ୭୧ ମିମି ବର୍ଷା ରେକର୍ଡ କରାଯାଇଛି।

କେଉଁଠି ତୁହାକୁ ତୁହା ତ ଆଉ କେଉଁଠି ଝିପିଝିପି ବର୍ଷୁଛି । ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷା ଚାଲିଛି । ଭୁବନଶ୍ୱର ଓ କଟକ ସହରରେ ତୁହାକୁ ତୁହା ଚାଲିଛି ବର୍ଷା । ଟୁଇନ୍‌ ସିଟିରେ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ତଳିଆ ଅଞ୍ଚଳରେ ପାଣି ଜମିପାରେ । ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥ୍ନାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ୧୨-୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ଆଉ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠୁ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇବ । କାଲି ପାଇଁ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୭ ତାରିଖରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।

nis-ad
Leave A Reply

Your email address will not be published.